ଶ୍ରୀନଗର, ୪/୪ (ସନ୍ଧାନ ନିୟୁଜ) : ଜମ୍ମୁକଶ୍ମୀରର ଆଓ୍ଵାନ୍ତିପୋରାରେ ଗୁରୁବାର ଭାରତୀୟ ବାୟୁସେନା (ଆଇଏଏଫ୍)ର ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଭାରତୀୟ ବାୟୁସେନା ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଆଓ୍ଵାନ୍ତିପୋରା, ଦକ୍ଷିଣ କଶ୍ମୀର ଅଧୀନରେ ଆସିଥାଏ ଯାହାକି ବାୟୁସେନାର ଅପରେସନାଲ୍ ଘାଟି। ତେବେ ଏହି ଦୁର୍ଘଟଣା କପରି ଘଟିଲା ସେନେଇ କୌଣସି ସୂଚନା ଏଯାବତ୍ ମିଳି ନାହିଁ। ଏହି ଘଟଣାରେ ଅନ୍ୟ ଦୁଇ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବାୟୁସେନା ଏହି ଘଟଣାର ଯାଞ୍ଚ ଆଦେଶ ଦେଇଛନ୍ତି। କୁହାଯାଉଛି କି ଏହା ଏକ ସଡ଼କ ଦୁର୍ଘଟଣା ଥିଲା। ଯାହା କି ବାୟୁସେନା ଘାଟି ବାହାରେ ଘଟିଛି।