ଭାରତୀୟ ଏକାଡେମୀ ଟ୍ରଷ୍ଟ ଧର୍ମଶାଳା ତରଫରୁ ବୃକ୍ଷରୋପଣ ଓ ଶପଥ ଗ୍ରହଣ

ଯାଜପୁର, ୦୨/୦୮ (ସନ୍ଧାନ ନିଉଜ୍) ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଭାରତୀୟ ଏକାଡେମୀ ଟ୍ରଷ୍ଟ ର ଧର୍ମଶାଳା ଶାଖା ତରଫରୁ ନିକଟସ୍ଥ ଅଭୟପୁର ପଞ୍ଚାୟତ ,ମଣିନାଥପୁର  ଗ୍ରାମର ମା ବୁଢ଼ୀ ଜାଗୁଳାଇ ପୀଠରେ ସାମାଜିକ କାର୍ଯ୍ୟରେ ନିଜକୁ ଉତ୍ସର୍ଗିକୃତ କରିବାକୁ  ଟ୍ରଷ୍ଟ ର ସଭ୍ୟ ମାନେ ଶପଥ ନେବା ସହ ମନ୍ଦିର ପ୍ରାଙ୍ଗଣ ରେ ଟ୍ରଷ୍ଟ ର ଚେୟାରମ୍ୟାନ ଡ଼ା ପ୍ରଭାସ ଆଚାର୍ୟ୍ଯ ଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟ କରିଥିଲେ .ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଧର୍ମଶାଳା ଅଂଚଳ ର ବରିଷ୍ଠ ସାମାଜସେବୀ ଶ୍ରୀମତୀ ଲକ୍ଷ୍ମୀ ଖମାରୀ ଯୋଗଦାନ କରିବା ସହ ଗ୍ରାମ ର ଯୁବଗୋଷ୍ଠୀ ମାନଙ୍କ ସହ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ . ସମାଜସେବୀ ଡାକ୍ତର ନିହାର ରଞ୍ଜନ କର ଙ୍କ ତତ୍ଵାବଧାନ ରେ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଫୁଲ୍ଲ ରାଉତ ,ନିକୁଞ୍ଜ କିଶୋର ସ୍ୱାଇଁ ,ଅମୀୟ ମହାନ୍ତି ,ଅଶୋକ ଦାସ ,ଜୟରାମ ଖମାରୀ ପ୍ରମୁଖ ଯୋଗଦାନ କରିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ . ଅଭୟପୁର ଗ୍ରାମର ସମାଜସେବୀ ହରିହର ମଲ୍ଲିକ ସମସ୍ତ କାର୍ଯ୍ୟ ରେ ସହଯୋଗ କରିବା ସହ ଟ୍ରଷ୍ଟ ର ସଭ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ . ପ୍ରତି ମାସ ରେ ବିଭିନ୍ନ ସାମାଜିକ କାର୍ଯ୍ୟ ରେ ଟ୍ରଷ୍ଟ ର କାର୍ଯ୍ୟକଳାପ ସମାଜରେ ଏକ ନୂତନ ଆଲୋକ ପ୍ରଦାନ କରିବ ବୋଲି ଟ୍ରଷ୍ଟ ର ସଭ୍ୟ ତଥା ଧର୍ମଶାଳା ଅଂଚଳ ର ଆଗ ଧାଡ଼ି ର ସମାଜସେବୀ ପ୍ରଫୁଲ୍ଲ ରାଉତ ମତ ରଖିଥିଲେ .

Related Posts

About The Author

Add Comment