ପୁଣେ, ୬/୧୧ (ସନ୍ଧାନ ନିୟୁଜ) : ରାସ୍ତାରେ ଚାଲୁଥିବା ସମୟରେ ଛେପ ଫିଙ୍ଗିବା ଏକ ନୂଆ କଥା ନୁହେଁ । ପ୍ରତିଟି ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଅଚିନ୍ତାରେ ଛେପ ଫିଙ୍ଗିଥାନ୍ତି । ଖାସ୍ କରି ଗୁଟ୍ଖା ଏବଂ ପାନ ଖାଉଥିବା ଲୋକମାନେ ରାସ୍ତାରେ ଅଧିକ ଛେପ ଫିଙ୍ଗିଥାନ୍ତିା ଲୋକମାନଙ୍କର ଗୁଟ୍ଖା ବା ପାନ ଖାଇବାର ଖରାପ ଅଭ୍ୟାସକୁ ଆଖି ଅଗରେ ରଖି ଏବେ ଭାରତର ଏହି ସହରରେ ଏକ ନୂଆ ନିୟମ ଆରମ୍ଭ କରାଯାଇଛି । ମହାରାଷ୍ଟ୍ରରେ ଥିବା ପୁଣେ ସହରରେ ଏବେ ଯଦି ଆପଣ ରାସ୍ତାରେ ଭୁଲରେ ମଧ୍ୟ ଛେପ ଫିଙ୍ଗୁଛନ୍ତି । ତେବେ ଏହାକୁ ଆପଣଙ୍କୁ ନିଜେ ସଫା କରିବାକୁ ହେବ । ଏହି ନିୟମ ଲାଗୁ କରାଯାଇ ସାରିଥିବା ବେଳେ ପୁଣେରେ ଏ ପର୍ଯ୍ୟନ୍ତ ୨୫ଜଣ ଲୋକ ନିଜ ନିଜର ଛେପ ସଫା କରି ସାରିଥିବା ଜଣା ପଡ଼ିଛି । ଛେପ ସଫା କରିବା ସହ ଛେପ ଫିଙ୍ଗିଥିବା ଲୋକଙ୍କୁ ୧୦୦ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ ବୋଲି ଜଣା ସୂଚନା ମିଳିଛି ।
ସୂଚନା ମୁତାବକ,ଏହି ଅଭିଯାନ ଓ୍ଵାର୍ଡ଼ ଅଫିସର ଅବିନାଶ ସକପାଲଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି । ପୁଣେର ଗଙ୍ଗାଧର ଚୌକ୍,ସ୍ୱାମୀ ବିବେକାନନ୍ଦ ଚୌକ୍,ମାର୍କେଟ,ସତାରା ପୋର୍ଡ଼ ଇତ୍ୟାଦି ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ କରାଯାଇଥିବା ଜଣା ପଡ଼ିଛି । ସହରକୁ ସଫା ରଖିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିବା କହିଛନ୍ତି ଅବିନାଶ ସକପାଲ ।