ଭାରତରେ କରୋନା ସଂକ୍ରମଣ ବଢାଇବା ଯୋଜନାରେ ପାକ୍‌: ଦିଲବାଗ ସିଂ

Spread the love

ନୂଆଦିଲ୍ଲୀ, ୨୨/୦୪ (ସନ୍ଧାନ ନିଉଜ): ଭାରତରେ କରୋନା ସଂକ୍ରମଣ ବଢାଇବା ପାଇଁ ପାକିସ୍ଥାନ ଯୋଜନା କରିଛି। ସେଥିପାଇଁ କରୋନା ପଜିଟିଭ ରୋଗୀଙ୍କୁ କଶ୍ମୀରରେ ପଠାଇବା ଆରମ୍ଭ କରିପାରେ ବୋଲି ଶୁଣିବାକୁ ପାଇଛୁ। ଏହା କହିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ।

ବୁଧବାର ଶ୍ରୀ ସିଂ ପୋଲିସ ଟ୍ରେନିଂ ସ୍କୁଲ ଭିତରେ ଓ ଉତ୍ତର କଶ୍ମୀରର ଗାନଦେରବାଲ ଜିଲ୍ଲାର କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସେ କହିଛନ୍ତି ଲୋକେ ସଂକ୍ରମିତ ଆତଙ୍କବାଦୀଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ। କାରଣ କରୋନା ସଂକ୍ରମିତ ଆତଙ୍କବାଦୀମାନେ ଏହି ଭୂତାଣୁକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଜମ୍ମୁ-କଶ୍ମୀରକୁ ପ୍ରବେଶ କରିବାର ଆଶଙ୍କା ରହିଛି। ପାକିସ୍ତାନର ଆତଙ୍କବାଦୀ ଶିବିରରେ କରୋନା ବ୍ୟାପିଥିବା ଦୃଢ ପ୍ରମାଣ ମିଳିଛି। ତେଣୁ କରୋନା ଦ୍ୱାରା ପୀଡିତ ଆତଙ୍କବାଦୀଙ୍କୁ ପାକିସ୍ତାନ ଭାରତକୁ ପଠାଇ ଲୋକଙ୍କୁ ସଂକ୍ରମିତ କରିବାକୁ ଚେଷ୍ଟା କରିବ।

Related Posts

About The Author

Add Comment