ଭାମଶ୍ୟାଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

Spread the love

ବୁଗୁଡ଼ା ୯/୨/୨୬ : (ସନ୍ଧାନ ନ୍ୟୁଜ) ଗଞ୍ଜାମ ବୁଗୁଡ଼ା ବ୍ଳକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପ୍ରଧାନ ଶିକ୍ଷକ ଜି. ନାଗେଶ୍ୱର ରାଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହାର୍ଘ୍ୟ ଉତ୍ସବ ରେ ତହସିଲଦାର ଶ୍ରୀ ତାପସ ରାଉତ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚିନ୍ମୟ ମହାପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ଗବେଷକ ତଥା ଇଣ୍ଡିଆ ସେବା ସଂସ୍ଥାର ନିର୍ଦ୍ଦେଶକ ଡ଼ଃ କୁମୁଦ ଚନ୍ଦ୍ର ବେହେରା, ସି.ଆର.ସି.ସି ଶ୍ରୀମତୀ ସୁନିତା ପାଣିଗ୍ରାହୀ , ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ ବିଶ୍ୱାଳ, ସମିତି ସଭ୍ୟା ଶ୍ରୀମତୀ ଗାୟତ୍ରୀ ପ୍ରଧାନ, ନାଏବ ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାହାକ ଓ ୱାର୍ଡ ମେମ୍ବର ଉମା କାନ୍ତ ବଢ଼େଇ ଯୋଗ ଦେଇ ବିଦ୍ୟାର୍ଥୀ ଙ୍କ ଶୈକ୍ଷିକ ବିକାଶ, ଶାରୀରିକ ଓ ମାନସିକ ତଥା ଆତ୍ମିକ ଉନ୍ନତି ସମ୍ପର୍କ ରେ ଦୃଷ୍ଟିପାତ କରିଥିଲେ । ଅତିଥି ମାନଙ୍କ ଦ୍ଵାରା କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଭବ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ପରିବେଶ ମୁଖରିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବାସୁଦାସ ପ୍ରଧାନ, ଗୀତାଞ୍ଜଳି ପାତ୍ର ଓ ସୁବଳ କହଁର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନ ପତ୍ର ବଣ୍ଟନ କରା ଯାଇଥିଲା । ସହକାରୀ ଶିକ୍ଷକ ଶ୍ରୀ ପୀତବାସ ସାହୁ ଅତିଥି ପରିଚୟ ପ୍ରଦାନ କଲା ବେଳେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ସମୂହ ସହଯୋଗ ପୂର୍ବକ ଉତ୍ସବ କୁ ସମୃଦ୍ଧ କରିଥିଲେ।

Related Posts

About The Author

Add Comment