ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଯାପିତ

Spread the love

ଭଦ୍ରକ, ୨୦/୦୧/୨୦ (ସନ୍ଧାନ ନିଉଜ) : ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଗତ ୮ତାରିଖ ଠାରୁ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଂଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶହଶହ କୁନିକୁନି ପିଲାମାନେ ଫେସନ ସୋରେ ଭାଗନେଇ କାର୍ଯ୍ୟକ୍ରମକୁ ଉସବବ ମୁଖରିତ କରିଥିଲେ। ସାଂସ୍କୃତିକ ସମ୍ପାଦକ ବି. ପିତାମ୍ବର ରେଡ଼ି, ରଶ୍ମିତା ସେଠୀଙ୍କ ସଂଯୋଜନାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ୧୨ଦିନ ଧରି ଅନୁଷ୍ଠିତ ହୋଇଆସିଥିବା ବିଭିନ୍ନ ନୃତ୍ୟ, ସଂଗୀତପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଧାରଣ ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, ଉପସଭାପତି ମନୋରମା ରାୟ, ଚୈତାଳୀ ଖିଲାର, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ମେଡ଼ିଆ ସେଲ ଅଧ୍ୟକ୍ଷ ଅବିନାଶ ପଣ୍ଡା, ସଂଯୋଜକ ପ୍ରଭାତ ଜେନା, ଜଗବନ୍ଧୁ ବେହେରା, ଦେବେନ୍ଦ୍ର ବେହେରା, ଅତିଶ ଦାସ, ପ୍ରଶାନ୍ତ ପଣ୍ଡା, ରମେଶ ପାଗଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Related Posts

About The Author

Add Comment