ଭଦ୍ରକ ଭୁବନେଶ୍ୱର ଡିଏମୟୁରୁ ଖସିପଡି ଯାତ୍ରୀ ଗୁରୁତର

Spread the love

ଧର୍ମଶାଳା/ହରିଦାସପୁର, ୧୭/୦୨(ସନ୍ଧାନ ନିୟୁଜ) ଆଜି ସକାଳ ୮ଟା ସମୟରେ ଭଦ୍ରକରୁ ଭୁବନଶ୍ୱର ଯାଉଥିବା ଡିଏମୟୁ ଟ୍ରେନ୍ରୁ ଖସି ପଡି ଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଯାତ୍ରୀଙ୍କ ନାମ ଚିତ ରଂଜନ ପାଣୀଗ୍ରହୀ(୪୫) । ତାଙ୍କ ଘର ଭଦ୍ରକର ଅଗରପଡା ବୋଲି ଜଣାପଡିଛି । ସେ ନିଜର କାମରେ ଆଜି ଯାଜପୁର ରୋଡକୁ ଟ୍ରେନ୍ ଯୋଗେ ଭୂବନଶ୍ୱର ଯାଉଥିଲେ । ହେଲେ ହରିଦାସପୁର ଷ୍ଟେସନରେ ଉଚ୍ଚସମ୍ପନ୍ନ ପ୍ଲାଟଫର୍ମରେ ଟ୍ରେନ୍ ନଲଗାଯାଉଥିବାରୁ ସଳ୍ପ ଉଚ୍ଚତା ପ୍ଳଟଫମ ୨ରେ ଟ୍ରେନ୍ ଅଟକିଥିଲା । ଏହି ସମୟରେ ସେ ତଳକୁ ଓଲ୍ଲାଉଥିବା ବେଳେ ପୁଣି ତୁରନ୍ତ ଟ୍ରନ୍ ଟି ଛାଡିଦେଇଥିଲା । ଫଳରେ ସେ ଗଡିପଡିଥିଲେ । ତାଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘତ ଲାଗିଥିବା ବେଳେ ଗ୍ରାମବାସୀ ତାଙ୍କ ୧୦୮ଯୋଗେ ଧର୍ମଶାଳା ମେଡିକାଲକୁ ନେଇଥିଲେ । ଘଟଣା ପରେ ଷ୍ଟେସନ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିପାଇଁ ଷ୍ଟେସନ ମାଷ୍ଟରକୁ ଦାୟୀ କରି ତାଙ୍କୁ ଘେରାଉ କରାଯାଇଥିଲା । ଯାତ୍ରୀ ମାନଙ୍କ ଅଭିଯୋଗ ମୁତାବକ ୧ନମ୍ବରେ ଯାତ୍ରୀ ବାହାୀ ଗାଡି ରହିବା ନିୟମ ରହିଥିବା ବେଳେ ଷ୍ଟେସନ ମାଷ୍ଟର ଜାଣିଶୁଣି ଏହି ପ୍ଲାଟଫର୍ମରେ ମାଲଗାଡି ରଖି ଯାତ୍ରୀ ମାନଙ୍କ ହଇରାଇ କରୁଛନ୍ତି । ଯାହା ଫଳରେ ଆଜି ଏଭଳି ଅଘଟଣ ଘଟିଲା ।

Related Posts

About The Author

Add Comment