ଭଦ୍ରକରେ ଇଦ ପର୍ବ ପାଳିତ

Spread the love

ଭଦ୍ରକ ୫/୬ (ସନ୍ଧାନ ନିୟୁଜ) ପବିତ୍ର ରମଜାନ ମାସରେ ଦୀର୍ଘ ଏକ ମାସ ରୋଜା ରଖିବା ସହ କୋରାନରେ ଥିବା ବାଣୀକୁ ପାଳନ କରିବା ପରେ ଗତ କାଲି ଇଦର ଚାନ୍ଦ ଦେଖିଥିଲେ ଭଦ୍ରକରେ ଇସଲାମ ଭାଇ ଭଉଣୀ ମାନେ। ଏହାପରେ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ବହୁ ପ୍ରତୀକ୍ଷିତ ଇଦ ପାଳନ କରୁଛନ୍ତି ସେମାନେ। ଏହି ଅବସରରେ ଆଜି ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଆୟୋଜିତ କୁଆଁସ ସ୍ଥିତ ଇଦଗାହ ଠାରେ ସମୂହ ନମାଜ ପାଠରେ ଦଶ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସେଠାରେ ଆୟୋଜିତ ଧର୍ମ ସଭାରେ କୋରାନ ପାଠ ସହ ସମୂହ ନମାଜ ପାଠ ଆୟୋଜିତ ହୋଇଥିଲା। ପରେ ମୁସଲମାନ ଭାଇ ମାନେ ପରସ୍ପରକୁ ଇଦ ମୁବାରକ ଜଣାଇଥିଲେ।ଏଥି ସହ ଇଦଗାହ  ଠାରେ ଅନୁଷ୍ଠିତ ଏହି ପବିତ୍ର ଅବସରରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏକତ୍ରୀତ ହୋଇ ପରସ୍ପରକୁ ଇଦ ମୁବାରକ ଜଣାଇଥିଲେ। ଇଦ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ 2 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 5 ଜଣ ଡିଏସପି, 2 ଜଣ ଇନ୍ସପେକ୍ଟର, 35 ଜଣ ଏସଆଇ / ଏଏସଆଇ ସମେତ 11 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଇଦଘା ବ୍ୟତୀତ ଭଦ୍ରକର ଅନ୍ୟ ମସଜିଦ ରେ ମଧ୍ୟ ଇଦ ଉପଲକ୍ଷେ ଧର୍ମ ସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ମୋଟା ମୋଟି ଭାବେ ଭଦ୍ରକରେ ଶାନ୍ତି ଶୃଙ୍ଖଳାର ସହିତ ଇଦ ବା ଇଦୁଲ ଫିତର ପାଳନ ହେଉଛି। ତେବେ ଇଦ ପାଳନର ପରମ୍ପରା ଭଦ୍ରକ ରେ ବେଶ ନିଆରା।

Report- Ramesh Nayak

Related Posts

About The Author

Add Comment