ବ୍ରହ୍ମବରଦା (ସନ୍ଧାନ ନୁ୍ୟଜ୍/ମାନସ କୁମାର ରାଉତ) :ଉଭୟ ସରକାର କୃଷିର ଭିତି ଭୁମିକୁ ନେଇ ଆରୋପ ଓ ପ୍ରତ୍ୟାରୋପ ନେଇ ଭାଷଣ ବାଜି ଚଳାଇଛନ୍ତି । ହେଲେ ଗୋଡଟଣାଟଣି ନିତିକୁ ନେଇ ସମସ୍ତେ ବ୍ୟସ୍ତ । ରାଜ୍ୟରେ ଚାଷୀମାନଙ୍କର ସଫଳ ରୂପାୟନ ନିମନ୍ତେ କୃଷି ସମବାୟ ସମିତି ଗଠନ କରିଛନ୍ତି । ହେଲେ ବାସ୍ତବରେ ଆବଶ୍ୟକ ଭିତି ଭୂମି ଅଭାବରୁ ତାହା ସଫଳ ରୂପାୟନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ବ୍ଲକ ରୁଦ୍ରପୁର କୃଷି ସେବା ସମବାୟ ସମିତି କ୍ଷେତ୍ରରେ । ଏହି ସମବାୟ ସମିତି ନିଜ ସ୍ଥିତି ହରାଇ ବସିଛି । ଏକ ଭଡା ଘରେ ଚାଲିଛି କାର୍ଯ୍ୟାଳୟ,ତାହା ପୁଣି ଅଂଚଳର ଚାଷୀଙ୍କୁ ଅଜଣା । ପୂର୍ବରୁ ଏହି ସମିତି ରୁଦ୍ରପୁର ପଂଚାୟତସ୍ଥ ଜଗନ୍ନାଥମଠଠାରେ ଚାଲିଥିଲା । ୫ ବର୍ଷ ହେବ ବନ୍ଦ ହୋଇ ଏହା ଏକ ସ୍ଥାନୀୟ ଜୈନିକଙ୍କ ବାସଗୃହରେ ଭଡାରେ ଚାଲୁଥିବାରୁ ସରକାରଙ୍କର ପାରିବା ପଣିବା ଜ୍ୱଳନ୍ତ ଉଦାହରଣ । ଏହଥି ପ୍ରତି କାହାରି ଆନ୍ତରିକା ନାହିଁ । ଏହି ସମବାୟ ସମିତି ଝାଲପଡା,ରୁଦ୍ରପୁର,ସୁଜନପୁର,ସାହାସପୁର,ଇନ୍ଦାରୋଇ,ଏରବାଙ୍କ ଓ ଉପର-ବରୁଆଁ ଆଦି ୭ ଗୋଟି ପଂଚୟତକୁ ନେଇ ଗଠିତ । ଏଥିରେ ସମିତିସଭ୍ୟ ସଂଖ୍ୟା ୧୨ ଜଣ । ମହିଳା ଚାଷୀଙ୍କ ସଂଖ୍ୟା ୧୫ । ସେମାନେ ନିୟମିତଭାବେ ଋଣ ନେଇ ଋଣ ପରିଷଦ କରୁଥିବା ଜଣାପଡିଛି । ଏହି ସମବାୟ ସମିତିକୁ କେବେ ବି ବିହନ ଓ ସାର ଆସୁ ନାହିଁ । ଯାହାକୁ ଚାଷୀମାନଙ୍କୁ ଦିଆ ଯାଉନାହିଁ । ୨୦୧୭-୧୮ ମସିହାର ଆୟବ୍ୟୟର ହିସାବ ଅଡି ହେଲେ ଜଣାପଡିବା ବୋଲି ସମିତିର ସଭାପତି ପ୍ରକାଶ କରିଛନ୍ତି । ଯେଉଁ ଗଅହରେ ଚାଲିଛି ସେଠାରେ କୌଣସି ସୂଚନା ଫଳକ ନାହିଁ । ଅନେକ ଚାଷୀ ଏହି ସମବାୟ ସମିତି କେଉଁଠି ଅଛି ତାହା ମଧ୍ୟ ଜାଣି ପାରୁ ନ ଥିବା କେତେକ ଅଗ୍ରଣୀ ଚାଷୀ ପ୍ରକାଶ କରିଛନ୍ତି । କର୍ଯ୍ୟାଳୟ ମନ ଇଚ୍ଛା ମୁତାବକ ଚାଲିଛି । ଉଚ୍ଚ କତୃପକ୍ଷର ଏହାର ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି ।
ଭଡାରେ ଚାଲିଛି ରୁଦ୍ରପୁର କୃଷି ସେବା ସମବାୟ ସମିତି,ବିହନ ଓ ସାର ମିଳୁନି
|
July 7, 2018 |