ଭଗବତୀପୁରରେ ନୁତନକରି ସ୍ୱାସ୍ଥ୍ୟକେନ୍ଦ୍ର ଉଇଲନିସ୍ ସେଣ୍ଟର

Spread the love

ଯାଜପୁର ସଦର, ୧୧/୦୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡି ପଞ୍ଚାୟତର ଭଗବତୀପୁର ନଥେଇପୁର ଟ୍ରାନ୍ସଫର ନିକଟରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଉଇଲନିସ୍ ସେଣ୍ଟର ଆର.ଡି ଡିପାର୍ଟମେଣ୍ଟ ପକ୍ଷରୁ ଜେ.ଇ ଭିମସେନ ମହାନ୍ତି ଏହ ସବ୍ସେଣ୍ଟରକୁ ଶ୍ରୀ ମହାନ୍ତୀ ଶୁଭ ଦେଇଥିଲେ । ଏହ ଅବସରରେ ଡିପାର୍ଟମେଣ୍ଟର କର୍ମକର୍ତ୍ତା ମାନେ ଯୋଗଦାନ କରିଥିବା ବେଳେ, ଆର.ଡି ଡିପାର୍ଟମେଣ୍ଟ ପକ୍ଷରୁ ନୁତନ କରି ନିର୍ମାଣ କରାଯାଉଥିବା ୨୩ ଲକ୍ଷ ୮୦ ହଜାର ବ୍ୟୟ ଅଟକଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଉଚି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଗଲେ ୧୦ଗୋଟି ପଞ୍ଚାୟତର ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟସେବା ପାଇବା ସହିତ ବନ୍ଧଡିହ ପଞ୍ଚାୟତର ଦିର୍ଘଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଚି । ବନ୍ଦଡିହ ପଞ୍ଚାୟତର ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ବରୀ ନର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ ବରୀର ଯୁବ ସଙ୍ଗଠକ ଯୁବନେତା ଦେବେନ୍ଦ୍ର ଦାସଙ୍କୁ ଏହି ପଞ୍ଚାୟତ ଗ୍ରାମବାସୀ ମାନେ କୃତଜ୍ଞତା ଜଣାଇଛନ୍ତି । ବନ୍ଧଡିହ ପଞ୍ଚାୟତର ସଭାପତି ବିକ୍ରମ ନାୟକ, ଗଣେଶ୍ୱର ସାହୁ, ବିଶ୍ୱନାଥ ସ୍ୱାଇଁ, ଭଗବାନ ସାହୁ, ଅଞ୍ଜନ ଦାସ, ପଞ୍ଚନନ ବୋଶୋଇ, ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦିପ ଦାସ, ବନ୍ଧଡହ ପଞ୍ଚାୟତର ସରପଞ୍ଚ ଅମଲତା ଜେନା, ରମାକାନ୍ତ ଜେନା, ସୁବାଷ ଚନ୍ଦ୍ର ସାହୁ, ସାମ୍ବାଦିକ ଗୋପିନାଥ ଦାଶ, ଗୋପାଳ ଚନ୍ଦ୍ର ଦଳାଇ(ପୂର୍ବତନ ସରପଞ୍ଚ), ପ୍ରମୋଦ ସାହୁ, ଭଗବତୀପୁର ଗ୍ରାମବାସୀମାନେ ଆର.ଡି ଡିପାର୍ଟମେଣ୍ଟକୁ ଧନ୍ୟବାଦ ଦେବା ସହିତ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ କୃତଜ୍ଞତା ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment