ବଡ଼ଚଣା ଗଳିପୋଲ ନିର୍ମାଣରେ ଅହେତୁକ ବିଳମ୍ଭ : ଯାତ୍ରୀ ହନ୍ତସନ୍ତ

Spread the love

ଚଣ୍ଡିଖୋଲ, ୩୦/୦୯/୨୦ (ସନ୍ଧାନ ନିଉଜ) – ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ବଜାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଛକ । ଏହି ଛକ ଦେଇ ବଡ଼ଚଣା ବ୍ଲକ୍, ଦର୍ପଣ ତହସିଲ, ଟ୍ରେଜେରୀ କାର୍ଯ୍ୟାଳୟ, ବଡ଼ଚଣା ଥାନା, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କୃଷି ଗବେଷଣା କେନ୍ଦ୍ର, ପଶୁ ଚିକିସôା କେନ୍ଦ୍ର, ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ, ବ୍ଳକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ମହିଳା ମହାବିଦ୍ୟାଳୟ ସମେତ ସରକାରୀ ହାଇସ୍କୁଲ, ପ୍ରାଥମିକ ସ୍କୁଲ, କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ, ଜିଲ୍ଲା ପନ୍ୟାଗାରକୁ ପ୍ରତିଦିନ ଶତାଧିକ ସାଧାରଣ ଲୋକେ ବଡ଼ଚଣା ବ୍ଲକର ବିଭିନ୍ନ ପଂଚାୟତରୁ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି । ଗଳି ପୋଲ ନଥିବାରୁ ଲୋକମାନେ ଜାତୀୟ ରାଜପଥ ପାରି ହୋଇ ନିଜ ନିଜର କର୍ତବ୍ୟସ୍ଥଳକୁ ଯାଇଥାନ୍ତି । ଜାତୀୟ ରାଜପଥ ପାରି ହେବା ସମୟରେ ବହୁ ବାର ଏଠାରେ ଦୂର୍ଘଟଣା ଘଟିଛି ଓ ଜୀବନ ହାନୀ ହୋଇଛି । ଏଠାରେ ଏକ ଗଳି ପୋଲ ନିର୍ମାଣ ପାଇଁ ବଡ଼ଚଣା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ବହୁବାର ଦାବୀ ହୋଇ ଆସୁଥିଲା । ଏଥିପାଇଁ କମିଟି ପକ୍ଷରୁ ବହୁବାର ରାସ୍ତାରୋକ ଆନେ୍ଦାଳନ ମଧ୍ୟ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଏଠାରେ ଏକ ଗଳି ପୋଲ ନିର୍ମାଣ ପାଇଁ ଅର୍ଥ ମଂଜୁର ହେବା ସହିତ ଠିକାଦାର ସ୍ଥିର ହୋଇ ୨୦୧୯ ଫେବୃଆରୀରେ କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟ ଆରମ୍ଭ ପାଇଁ ଗୋଟିଏ ପଟ ରାସ୍ତାକୁ ବନ୍ଦ କରାଯାଇ ବାଇପାସ୍ ରାସ୍ତାରେ ଗାଡ଼ି ଗୁଡ଼ିକ ଯାତାୟତ କରୁଛନ୍ତି । ୨ କି.ମି ଅଣ ଓସାରିଆ ବାଇପାସ୍ ରାସ୍ତାରେ ଭାରୀଯାନ, ହାଲକା ଯାନ, ବସ୍, ବାଇକ୍ ଓ ସେହିପଟେ ସାଧାରଣ ଯାତ୍ରୀମାନେ ବଡ଼ଚଣା ବଜାର ଦେଇ ଯାତାୟତ କରିବା ଦ୍ୱାରା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିବା ସହିତ ଦୂର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ୨ ବର୍ଷ ମଧ୍ୟରେ ଗଳି ପୋଲ କାର୍ଯ୍ୟ ସରିବାକୁ ସମୟ ଥିଲେ ମଧ୍ୟ କାମର ଅହେତୁକ ବିଳମ୍ବ ହେଉଥିବା ସାଧରଣରେ ଅଭିଯୋଗ ହେଉଅଛି । ୨ କି.ମି ରାସ୍ତାରେ ପ୍ରତିଦିନ ପ୍ରବଳ ଭୁଳି ଉଡ଼ି ସାଧାରଣ ଯାତ୍ରୀଙ୍କୁ ହନ୍ତସନ୍ତ କରୁଛି । ଟିକେ ବେହୁସିଆର ହେଲେ ଏ ଅଣ ଓସାରିଆ ବାଇପାସ୍ ରାସ୍ତାରେ କେତେବେଳେ କିଏ ଦୂର୍ଘଟଣାରେ ନ ପଡ଼ିବ ତାହା ମଧ୍ୟ ସନେ୍ଦହ ମଧ୍ୟରେ ରହିଛି । ଗଳି ପୋଲ କାର୍ଯ୍ୟରେ ମାଟି, ମୋରମ୍, ବାଲି ପରିବର୍ତେ ଠିକାଦାରୀ ସଂସ୍ଥା କାରଖାନାରୁ ବାହାରୁଥିବା ପ୍ଲାଇଆସ କୁ ବ୍ୟବହାର କରୁଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଳିପୋଲର ନିର୍ମାଣ କାର୍ଯ୍ୟ ଯଥାଶିଘ୍ର ଶେଷ କରିବାକୁ ଓ ତୁରନ୍ତ ବାଇପାସ୍ ରାସ୍ତାରେ ପ୍ରତିଦିନ ପାଣି ସିଂଚନ ଓ ମରାମତି କରିବାକୁ ପୂର୍ବତନ ସରପଂଚ ନିଳକଣ୍ଠ ମିଶ୍ର, ଯାଜପୁର ଜିଲ୍ଲାପାଳ ଓ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟକର୍ତାଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ।

Related Posts

About The Author

Add Comment