ବ୍ୟାନର ଚିରା ଘଟଣା, ଥାନାରେ ମାମଲା

Spread the love

ରସୁଲପୁର, ୭/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଜାବରା ପଂଚାୟତରେ ବ୍ୟାନର ଚିରା ଘଟଣାକୁ ନେଇ ଥାନାରେ ଏକ ମାମଲା ହୋଇଛି । ଅଭିଯୁକ୍ତ ଗ୍ରାମର ଜନୈକ ଅନୁସୂଚିତ ଜାତିର ଯୁବକକୁ ଜାତିଆଣା ଆକ୍ଷେପକରି ଗାଳିଗୁଲଜ କରିବାରୁ ମାମାଲା ଥାନାରେ ପହଁଚିଛି । କୁଆଖିଆ ପୋଲିସ ଏ ସଂପର୍କରେ କେସ୍ ନଂ୫୩/୧୯ରେ ଏକ ମାମଲା ରଜୁ କରିଛି । ଏଡିପିଓ କେଦାରନାଥ ସାହୁ ମାମଲାର ତଦନ୍ତ କରୁଛନ୍ତି ।
ଘଟଣାରୁ ପ୍ରକାଶ ଫେବୃଆରୀ ୨୦ ତାରିଖ ଦିନ ଜାବରା ପଂଚାୟତର ଶ୍ୟାମସୁନ୍ଦର ସାହୁ ଏକ ରାଜନୈତିକ ବାନରକୁ ଚିରି ଦେଇଥିଲେ । ଉକ୍ତ ଘଟଣାକୁ ଅଭିମନୁ୍ୟ ମଳିକ ପ୍ରଘଟ କରିଦେଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ସେତେବେଳେ ପୋଲିସ ଉଭୟ ଗୋଷ୍ଠିକୁ ଡାକି ମାମଲାର ଆପୋଷ ସମାଧାନ କରିଦେଇଥିଲା । ମାତ୍ର ଶ୍ୟାମ ଗତକାଲି ତାକୁ ଧରାଇ ଦେଇଥିବା ଅଭିମନୁ୍ୟକୁ ଗାଳିଗୁଲଜ କରିଥିଲା । ଏ ସଂପର୍କରେ ଅଭିମନୁ୍ୟ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ୫୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

Related Posts

About The Author

Add Comment