ଯାଜପୁର, ୦୯/୦୩(ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧିନ ଏଣ୍ଡଳବା ଯଜ୍ଞ ମଣ୍ଡପ ପରିସରରେ ବ୍ରାହ୍ମଣୀ ସେବା ସଂଘପକ୍ଷରୁ ଆଜି ପୂର୍ବାହ୍ନ ଦୁଇ ଘଟିକା ସମୟରେ ଆଖ ପାଖ ର ବହୁ ଗରିବ ନିରାସୟ ବୃଦ୍ଧ ବୃଦ୍ଧା ଓ ବିଧବା ମାନଙ୍କୁ ଅନ୍ନବସ୍ତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୋଟ ୧୪୫ ଜଣ ବୃଦ୍ଧ ବୃଦ୍ଧା ନିରାଶ୍ରୟା ତଥା ଦିବ୍ୟ।ଙ୍ଗ ବ୍ୟକ୍ତି ମାନଙ୍କୁ ଅନ୍ନ ବସ୍ତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଣ୍ଡିତ ସଚ୍ଚିଦାନନ୍ଦ ପ୍ରଧାନ, ମୁଖ୍ୟ ବକ୍ତା ଡ଼ ଦୟାନିଧି ଦାସ(ଶିକ୍ଷାବିତ୍),ସ୍ଥାୟୀ ସଭାପତି ଶ୍ରୀ ଯୁଧିଷ୍ଠିର ପ୍ରଧାନ, ମଞ୍ଚ ନିମତ୍ରଣ ଶ୍ରୀ ବସନ୍ତ କୁମାର ଦାସ, ଅତିଥି ପରିଚୟ ଡ଼ ଅଭିନ୍ନ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ପଣ୍ଡିତ ରମେଶ ଚନ୍ଦ୍ର ସାହୁ,ସମ୍ମାନୀତ ଅତିଥି ମଞ୍ଚ କଳାକାର କାଳନ୍ଦୀ ମଲ୍ଲିକ,ଧନ୍ୟବାଦ ଅର୍ପଣ କରିଥିଲେ ଅଜୟ କୁମାର ଦାସ, ମୁଖ୍ୟ ପରିଚାଳନା ନାଟ୍ୟକାର ଶ୍ରୀ ସୁକାନ୍ତ ଦାସ,ମାଳହାଟ ମେଲଣ କମିଟିର ସଭାପତି ଶ୍ରୀ ଅନିରୁଦ୍ଧ ସାହୁଯୋଗ ଦେଇଥିଲେ।, ଏହି ସଭାରେ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ସାମଲ, ଓ ବାବୁଲି ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଗତ ତା ୦୬ /୩/ଠାରୁ ୧୦ ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହେଉଅଛି ।ପ୍ରତ୍ୟେକ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଲଉଡି ଖେଳ ,ପାଲା ଦାସକାଠିଆ, ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।ତା୧୧/୦୩/ବୁଧବାର ରାତ୍ରରେ ୭୨ ତମ ମେଲଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିରେ ଛୋଟ ବଡ଼ ପ୍ରାୟ ୧୫ ବିମାନ ମେଲଣ କରିବାକୁ କମିଟି ନିଷ୍ପତ୍ତି ନେଇଛି ।
ବ୍ରାହ୍ମଣୀ ସେବା ସଂଘ ପକ୍ଷରୁ ଷଷ୍ଠ ବାର୍ଷିକ ଅନ୍ନବସ୍ତ୍ର ପ୍ରଦାନ
|
March 9, 2020 |
