ଜେନାପୁର/୧୯/୦୩/ସନ୍ଧାନ ନିଉଜ/(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ ମାଳହାଟ ମେଲଣ କମିଟି ଠାରେ ବ୍ରାହ୍ମଣୀ ସେବା ସଂଘ ଓ ମାଳହାଟ ମେଲଣ କମିଟି ତରଫରୁ ଅନ୍ନ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ବସ୍ତ୍ର ବଣ୍ଟନ ଅବସରରେ ଅଷ୍ଟମ ବାର୍ଷିକ ହୋଲି ଉତ୍ସବ ପାଳନ କରାଯିବା ସଂଗେ ସଂଗେ ବେଦାନ୍ତ ଚର୍ଚ୍ଚା କରାଯାଇଥିଲା । ଏହି ଉତ୍ସବରେ ଆଖା ପାଖ ଅଂଚଳରୁ ଶତାଧିକ ନିରାଶ୍ରୟ ପୁରୁଷ ଓ ମହିଳା ମାନଙ୍କୁ ଅନ୍ନ ବସ୍ତ୍ର ବଣ୍ଟନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ ମୁଖ୍ୟ ଅତିଥି ଡାକ୍ତର ନିହାର ରଞ୍ଜନ କର ମେଡିକାଲ ଅଫିସର ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ର କବାଟବନ୍ଧ., ଆଦରଣୀୟ ଅତିଥି ରମେଶ ଚନ୍ଦ୍ର ସାହୁ, ବିଶିଷ୍ଟ ଶିକ୍ଷାବିତ କବି ଓ ସମାଜ ସେବୀ ,ଡାକ୍ତର ଦୟାନିଧି ଦାଶ ,ଶିକ୍ଷାବିତ ଶିକ୍ଷା ଗବେଷକ, କବି ଓ ସମାଜ ସେବୀ ,ପତିତପାବନ ନାୟକ, ବେଦାନ୍ତ ଛାତ୍ର ଓ ଧର୍ମ ପ୍ରଚାରକ, ମଞ୍ଚାସିନ ଅତିଥି ମେଲଣ କମିଟିର ସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ଦାସ, ସମ୍ପାଦକ ସୁଦାମ ଚରଣ ପ୍ରଧାନ, ପରିଚାଳକ ବିଜୟ କୁମାର ପ୍ରଧାନ, ନାରାୟଣ ତରାଇ, କାଳନ୍ଦୀ ପାଣି ,ବ୍ରାହ୍ମଣୀ ସେବା ସଂଘର କର୍ମକର୍ତ୍ତା ମାନେ ହେଲେ ଯୁଧିଷ୍ଠିର ପ୍ରଧାନ, ଅଭିନ୍ନ ଚନ୍ଦ୍ର ଦାସ, ଅଖୟ ପ୍ରଧାନ, ଶତ୍ରୁଘ୍ନ ବାଉଳ, କାଙ୍ଗାଳୀ ଚରଣ ବେହେରା, ଅଖୟ କୁମାର ବେହେରା, ପ୍ରେମାନନ୍ଦ ସାହୁ, ଗୋକୁଳ ଚନ୍ଦ୍ର ରାୟ, ଅଟଳ ବିହାରୀ ପରିଡ଼ା, ବାବୁଲି ମଳିକ,ରାଜ୍ କୁମାର ରାଉତ, ବସନ୍ତ କୁମାର ଦାସ, ଓ ସାତ ମୌଜା ସଂସ୍କୃତିକ ପରିଷଦ ମାଳହାଟ ମେଲଣ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପୁନ୍ନ ସହଯୋଗ କରିଥିଲେ ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଥ ରୁମ ରେ ଧୁଆ ଧୋଇ ହେଉଥିବା ବେଳେ ବିତ୍ୟୁତ ଆଘାତ ରେ ଯୁବକ ମୃତ୍ୟୁ
- ଅବକାରୀ ବିଭାଗର ଅତର୍କିତ ଚଢାଉ ,୮୦ ଲିଟର ଦେଶୀ ମହୁଲି ମଦ ସହ ୧୫୦ କେଜି ମହୁଲ ପୋଚ ଜବତ
- ଜାତୀୟ ରାଜପଥ କଡ଼ରେ କାଳରୂପୀ ସର୍ଟ ସର୍କିଟ: ହୁତୁହୁତୁ ହୋଇ ଜଳିଗଲା ଡମ୍ଫର, ଅଳ୍ପକେ ବର୍ତ୍ତିଲେ ଗ୍ୟାରେଜ କର୍ମଚାରୀ
- ପୋଖରୀ ରେ ଗାଧଉଥିବା ବେଳେ ପାଣିରେ ବୁଡି ମୃତ୍ୟୁ, ତାଙ୍କ ବିୟୋଗ ରେ ଗାଁ ରେ ଖେଳିଗଲା ଶୋକ ର ଛାୟା
- ଶିଶୁ ମୃତ୍ୟୁ ପଛରେ ସାଙ୍ଘାତିକ ରହସ୍ୟ: ନଦୀରେ ବୁଡ଼ିନି, ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ,,, ୯ ଦିନ ପରେ ସମାଧି ଖୋଳି ଶବ ବାହାର କଲା ପୋଲିସ,,
- ମହାନତା ଦେଖାଇଲେ ସୁନ୍ଦରଗଡ ଜିଲ୍ଲାପାଳ ଭିନ୍ନକ୍ଷମ ଲବଣୀଧରଙ୍କୁ ପ୍ରଦାନ କଲେ ଇଭି ସ୍କୁଟର
- ମାଟି ତଳୁ ଉଦ୍ଧାର ହେଲା ନବବଧୂର ମୃତଦେହ: ହତ୍ୟା ନା ଆତ୍ମହତ୍ୟା? ତଦନ୍ତରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍
- ବରୀ ନେଉଳାଠାରେ ସମ୍ବିଧାନ ପ୍ରଣେତା ଡ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଭିତ୍ତିପ୍ରସ୍ତର ସ୍ଥାପିତ……
- ସବଡେଗା ରେ ସାବିତ୍ରୀ ବ୍ରତ ପାଳିତ




