ବ୍ରାହ୍ମଣୀ ବ୍ରିଜ ଉପରେ ଦୁର୍ଘଟଣା, ୨ ଗୁରୁତର।

Spread the love

ଜେନାପୁର/,୭/୮(ସନ୍ଧାନ ନିୟୁଜ): ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଜେନାପୁର ଥାନା ଅଧିନ ବ୍ରାହ୍ମଣୀ ବ୍ରିଜ ଉପରେ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହି ଗୁରୁତର ହୋଇଛନ୍ତି। ଗୁରୁତର ଆହତ ଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧିନ କନ୍ତପଡ଼ା ଗ୍ରାମର ଅଭିନ୍ନ ମଲିକଙ୍କ ପୁଅ ଦିବ୍ୟ ରଞ୍ଜନ ମଲିକ (ଟୁଲୁ) ଏବଂ ରାଇଛନ୍ଦା ଗ୍ରାମର ବାବୁଲା ମଲିକଙ୍କ ପୁଅ ଟିଟୁ ମଲିକ ବୋଲି ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ଟୁଲୁ ଏବଂ ଟିଟୁ ଉଭୟ ଦାନଗଦୀ ରୁ ନିଜ କାମ ସାରି ଘରକୁ ଫେରୁଥିଲେ। ବ୍ରାହ୍ମଣୀ ବ୍ରିଜ ଉପରେ ରହିଥିବା ଏକ ୧୨ ଚକିଆ ଟ୍ରକ ପଛରେ ଭାରଶ୍ୟାମ ହରାଇ ଦୁର୍ଘଟଣା ଘଟାଇ ଥିଲେ,ଫଳରେ ଉଭୟ ଗୁରୁତର ଆହତହୋଇଥିବା ସୂଚନା ମିଳୁଛି, ସ୍ଥାନୀୟ ଲୋକମାନେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜେନାପୁର ପୋଲିସ ପହଂଚି ସେତୁ ଉପରେ ଯାମ ଥିବା ଗାଡିଗୁଡିକୁ ହଟାଇ ତଦନ୍ତ ଜାରି ରଖିଛି,

Related Posts

About The Author

Add Comment