ଯାଜପୁର ସଦର, ୦୭ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଧିନରେ ରହିଥିବା ଜାରକା ଜଳସମ୍ପଦ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ବ୍ରାହ୍ମଣୀ ନଦୀ ବନ୍ଧରାସ୍ତା ପାଲଟିଚି ମରଣଯନ୍ତା । ଏଠାରେ ସୂଚନା ଯୋଗ୍ୟ ଯେ, ଦିର୍ଘ ୪ ବର୍ଷ ହେଲା ବ୍ରାହ୍ମଣୀ ନଦୀ ବନ୍ଧ କାମ କରାଯାଉଥିବା ବେଳେ, ଏହି ନଦୀ ବନ୍ଧ ରାସ୍ତର ଅବସ୍ଥା କହିଲେ ନସରେ । ୧୦ଟି ପଂଚାୟତର ଲୋକ ମାନେ ଏହା ଉପରେ ନିର୍ଭର କରୁଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ଗୋଳକୁଣ୍ଡ ମଙ୍ଗଳା ନିକଟରୁ ବ୍ରହ୍ମବରଦା ପହିଗଡ଼ା ପର୍ଯ୍ୟନ୍ତ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ, ନଦୀ ବନ୍ଧ ଉପରେ ପଡ଼ିଥିବା ମାଟି ଧୂଳି ଧୁସରରେ ଯାତାୟତ କରୁଥିବା ଲୋକମାନଙ୍କ ଅବସ୍ଥା କହିଲେ ନସରେ । ବ୍ରହ୍ମବରଦା ଏବଂ କୁଆଖିଆକୁ ଯିବା ପାଇଁ ଏହି ରାସ୍ତା ରହିଥିବା ବେଳେ, ବ୍ରହ୍ମବରଦା ଦୁଟି କଲେଜକୁ ଛାତ୍ର ଛାତ୍ରୀ ମାନେ ଯାଉଥିବା ବେଳେ, ନଦୀବନ୍ଧ ଧୂଳିରେ ସେମାନଙ୍କ ଅବସ୍ଥା କହିଲେ ନସରେ । ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ବନ୍ଧ ଉପରେ ପାଣି ପକାଯିବା ଲାଗି ଜନ ସାଧାରଣଙ୍କ ତରଫରୁ ଦାବି କରାଯାଉଚି । ଏହି ନଦୀ ବନ୍ଧ ଉପରେ କେତେ ବେଳେ ଯେ ଦୃଘଟଣା ନଘଟିବ ତାହା କହି ହେବ ନାହିଁ । ନଦୀ ବନ୍ଧ ଧୂଳିରେ ଆକ୍ରାନ୍ତ ହୋଇ ବିଭିନ୍ନ ପଂଚାୟତର ଜନସାଧାରଣ ଯିବା ଲାଗି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ନଦୀବନ୍ଧକୁ ମରାମତି କରାଯିବା ଲାଗି ସାଧାରଣରେ ଦାବି କରାଯାଉଚି ।
ବ୍ରାହ୍ମଣୀ ନଦୀ ବନ୍ଧରାସ୍ତ ପାଲଟିଚି ମରଣ ଯନ୍ତା
|
April 8, 2024 |
