ଯାଜପୁର ସଦର, ୧୦ା୦୮: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅନ୍ୟାସପୁର ପଂଚାୟତରେ ବ୍ରାହ୍ମଣୀ ନଦୀରେ ଏକ କୁମ୍ଭୀର ଆସୁଥିବାରୁ ନଦୀକୂଳରେ ବନ୍ଧା ଯାଇଥିବା ଏକ ଗାଈକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ, ଅଳ୍ପକେ ଗାଈଟି ଜୀବନ ପାଇଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ବନ୍ୟା ମାଡ଼ି ଆସିବାରୁ ବ୍ରାହ୍ମଣୀ ନଦୀରେ କୁମ୍ଭୀର ବୁଲୁଥିବାର ଆମ ଜିଲ୍ଲା ପ୍ରତିନିଧି ଦେଖିବାକୁ ପାଇଥିଲେ । ସେହିପରି ବରୀ ଅନ୍ୟାସପୁରରେ କୁମ୍ଭୀର ପହଁରୁଥିବା ଦେଖିବାର ଭିଡ଼ିଓ ଭାଇରାଲ ହେବାରୁ ବ୍ରାହ୍ମଣୀ ନଦୀକୁ ଯିବାଲାଗି ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳେଇ ଦେଇଚି । ନଦୀକୁ ଗାଧେଇବା ପାଇଁ ଏବଂ ସୌଚ ହେବାପାଇଁ ଲୋକ ମାନେ ଭୟଭିତ ହୋଇପଡ଼ିଥିବା ଦେଖିବାକୁ ମିଳିଚି । ବନ ବିଭାଗର ପକ୍ଷରୁ କୁମ୍ଭୀରକୁ ଧରିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଚି ।
ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଲୋକେ ଭୟଭୀତ
|
August 11, 2023 |