ବ୍ରାହ୍ମଣୀନଦୀରେ ବୁଡି ଦୁଇ ବାଳକଙ୍କ ଜୀବନ ଗଲା

Spread the love

ଯାଜପୁର ସଦର,୨୧ା୦୭(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ କୋଠିଡିହ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁଇ ଭାଈ କୌଣସି କାରଣ ବସତଃ ନଦୀକୁ ଯାଇଥିବା ବେଳେ, ସେମାନଙ୍କର ମୃତ୍ୟୁ ଘଟିଥିଲା । ଘଟଣାରୁ ପ୍ରକାଶ ଯେ, କୋଠିଡିହ ଗ୍ରାମର ହାପିକ ଅବଦୁଲଙ୍କର ଦୁଇ ପୁଅ ସାହିଲ(୧୧) ଏବଂ ସାହିଦ(୧୦) ଗତକାଲି ଅପରାହ୍ନ ୪ଘଟିକା ସମୟରେ ପ୍ରବଳ ବର୍ଷା ହେବାରୁ ଘରକୁ ଫେରିନଥିଲେ । ସାହିଲ ଓ ସାହିଦ ଘରକୁ ନଫେରିବାରୁ ପରିବାରର ଲୋକମାନେ ବିଭିନ୍ନ ଯାଗରେ ଦୁଇ ଭାଈଙ୍କୁ ଖୋଜାଖୋଜି କରିଥିଲେ । ସାହିଲ ଏବଂ ସାହିଦ ନମିଳିବାରୁ ପାଖରେ ଥିବା ବ୍ରାହ୍ମଣୀନଦୀକୁ ପରିବାର ଲୋକମାନେ ଯାଇଥିଲେ । ନଦୀରେ ନାୟକସାହି ଛନ୍ଦାରେ ସେମାନଙ୍କ ଡ୍ରେସ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ନଦୀରେ ବହୁ ଖୋଜାଖୋଜି କରିବା ପରେ ଦୁଇଭାଈଙ୍କର ମୃତ ଶରୀର ନଦୀରୁ ମିଳିଥିଲା । ଏହି ଦୁଇ ବାଳକଙ୍କର ମୃତ୍ୟୁରେ କୋଠିଡିହ ଗ୍ରାମରେ ଶୋକର ଛାୟା ଖେଳିଯାଇଚି । ଦୁଇ ପୁଅକୁ ହରାଇ ହାପିକ ଅବଦୁଲ ଏବଂ ମା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

Related Posts

About The Author

Add Comment