ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲ୍ସୋନାରୋ ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

Spread the love

ନୂଆଦିଲ୍ଲୀ,୧୪/୧୧ (ସନ୍ଧାନ ନିୟୁଜ) : ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲ୍ସୋନାରୋ ୨୦୨୦ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।ବ୍ରାଜିଲ ରାଜଧାନୀ ବ୍ରାସିଲିୟାରେ ଚାଲିଥିବା ୧୧ତମ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ଏବଂ ଭାରତରେ ବ୍ରାଜିଲର ପୁଞ୍ଜି ନିବେଶ ଉପରେ ଆଲୋଚନା ହୋଇଥିଲା।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାୟର ବୋଲ୍ସୋନାରୋଙ୍କୁ ଆଗାମୀ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି ଏବଂ ଜାୟର ବୋଲ୍ସୋନାରୋ ମଧ୍ୟ ମୋଦିଙ୍କ ନିମନ୍ତ୍ରଣ ସ୍ୱୀକାର କରିଥିବା ଜଣାପଡ଼ିଛି।

Report A Behera

Related Posts

About The Author

Add Comment