ଯାଜପୁର ସଦର,୧୬ା୧୧: ଯାଜପୁର ଜିଲ୍ଲା ଯାଜପୁର ଟାଉନ ଥାନା ମହାବୀର ନଗରର ଜଣେ ଦାନ୍ତ ବିଭାଗ ଡାକ୍ତର କ୍ଲିନିକ କରି ରୋଗୀ ମାନଙ୍କୁ ସେବାକରୁଥିବା ବେଳେ, ବ୍ରାଉନ ସୁଗର ମାଫିଆ ସାଜିଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଟାଉନ ଥାନା ନିକଟସ୍ଥ ମହାବୀର ନଗରରେ ଦାନ୍ତ ବିଭାଗର କ୍ଲିନିକ କରିଥିବା ଡାକ୍ତର ନିଗମାନନ୍ଦ ଖଟୁଆ ୨୫ ଗ୍ରାମର ବ୍ରାଉନ ସୁଗାର ୨ଜଣ ଯୁବକଙ୍କୁ ଦେଉଥିବା ବେଳେ, କୌଣସି ସୁତ୍ରରୁ ଖବର ପାଇ ଯାଜପୁର ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲେ । ଯାଜପୁର ଟାଉନ ଥାନା ଆଇଆଇସି ୨ଜଣ ଯୁବକଙ୍କ ସହିତ ଡାକ୍ତରଙ୍କୁ ଗିରଫ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଦାନ୍ତ ବିଭାଗର ଡାକ୍ତର ସାଜିଥିବା ବେଳେ, ବ୍ରାଉନ ସୁଗାର ବେପାର କରୁଥିବା ଜଣାଯାଇଚି । ଯାହାକି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ଏକ ପ୍ରେସକନଫରେନ୍ସ ଡାକି ସୂଚନା ଦେଇଥିଲେ । ଯାଜପୁର ଟାଉନକୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ବାହାରୁ ଅଣାଯାଇ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ବେଳେ, ଯାହାର ସ୍ପଷ୍ଟ ପ୍ରମାଣ ମିଳିଚି । ଦାନ୍ତ ଡାକ୍ତରଙ୍କ ଠାରୁ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଲେ, ମାଦକ ଦ୍ରବ୍ୟ ଚୋରା ଚାଲାଣ କରାଯାଉଥିବା ଜଣାଯାଇଚି । ୩ଜଣ ଆସାମୀ ଯାଜପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଚି ।
ବ୍ରାଉନ ସୁଗାର ଜାଲରେ ଦାନ୍ତ ବିଭାଗ ଡାକ୍ତର ଗିରଫ
|
November 20, 2023 |


