ଯାଜପୁର ସଦର, ୨୩ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ୩୭ତମ ବାର୍ଷିକ ଉତ୍ସବ ଅବରରେ ବ୍ରହ୍ମବରଦା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ପୃଷ୍ଟି ସବାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ସମ୍ମାନୀୟ ଅତିଥି ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ଯୋଗଦେଇଥିବା ବେଳେ, ସମାଜସେବୀ ରୀନା ରାଉତରାୟ, +୩ ଡିଗ୍ରୀ ମହାବିଦ୍ୟାଳର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ୩୬ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଯୋଗଦେଇଥିଲେ । ୩୭ ବର୍ଷ ଧରି ଏହି ବିଦ୍ୟାଳୟ ପ୍ରତିଷ୍ଟିତ କରାଯାଇଥିବା ବେଳେ, ଅନେକ ସମସ୍ୟା ଏହି ବିଦ୍ୟାଳୟରେ ଲାଗି ରହିଥିବା ଘଟଣାକୁ ନେଇ ସାଂସଦ ଏବଂ ବିଧାୟୀକାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ସମସ୍ୟାର ସମାଧାନ କରାଯିବା ପାଇଁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସାଂସଦ ବିଧାୟୀକା ଦୃଷ୍ଟି ଦେବା ବୋଲି ପ୍ରତିଶୃତି ଦେଇଥିଲେ । ଏହି ବାର୍ଷିକ ଉତ୍ସବ ଅବସରରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ଅଧ୍ୟାପକ ଡ. ବିକ୍ରମ ମହାପାତ୍ର ବିବରଣୀ ପାଠ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଛାତ୍ର ଛାତ୍ରୀ ରିତୁପର୍ଣ୍ଣା ଦେଓ, ମୁଦୁଲତା ପରୱିନ ମହାବିଦ୍ୟାଳ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ବିଦ୍ୟାଳୟ କାମକରୁଥିବା ଅଧ୍ୟାପକ ପ୍ରଶାନ୍ତ ସାହୁ, ଲିପିକାର ଅଜୟ ଜେନା, ଗନ୍ତାକାର ସେକ ସୋଲେମାନ ଖାଁ, ଶିକ୍ଷା କର୍ମଚାରୀ ଫୋମୁକ୍ତା ଖାନକୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବା ଏହି ବିଦ୍ୟାଳୟର ଅଧିକ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ହରିହର ଫାଉଣ୍ଡେସନ ପକ୍ଷରୁ ଅର୍ଥରାଶୀ ଦେଇ ପୁରସ୍କୃତ କରାଯାଇଥିଲା । +୨ ଓ +୩ ବିଦ୍ୟାଲୟ ଅନୁଷ୍ଟିତ ହୋଇଥିବା ବାର୍ଷିକ କ୍ରିାଡ଼ା ପ୍ରତି÷ଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ଶେଷରେ ସୌଭାଗ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ, +୨ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏହି ଉତ୍ସବରେ ଯୋଗଦାନ କରିଥିଲେ ।
ବ୍ରହ୍ମବରଦା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଟିତ
|
January 27, 2023 |



