ରସୁଲପୁର, ୧୧/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡି ପକ୍ଷରୁ ଆଜି ଆମ ପୋଲିସ ସମିତି ପକ୍ଷରୁ ଏକ ବୈଠକ ଧର୍ମଶାଳା ଥାନା ଏସ.ଆଇ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ପୋଲିସ ଓ ଜନତାଙ୍କ ମଧ୍ୟରେ ନିବିଡ ସଂପର୍କ ଉପରେ ଗୁୁରୁତ୍ୱାରୋପ କରିଥିଲେ । ଏଥି ସହ ଜନସାଧାରଣଙ୍କ ସହାୟତା ବିନା ପୋଲିସର ସଫଳତା ସମ୍ଭବ ନୁହେଁ ବୋଲି କହିବା ସହ ପୋଲିସ ଜନସାଧାରଣଙ୍କ ଶତ୍ରୁ ନୁହେଁ ବରଂ ମିତ୍ର ହୋଇ କାମ କରିବା ଦରକାର ବୋଲି ମତ ରଖିଛନ୍ତି । ଏହି ବୈଠକରେ ୬ଟି ପଂଚାୟତର ନେତା ଓ ମୁରବୀ ପ୍ରାକ୍ତନ ସରପଂଚ ବିପିନ ବିହାରୀ ଦେଓ, ସେକ୍ ଅବଦୁଲ କଲାମ, ଅମୁଲ୍ୟ ରାଉତ, ନିମାଇଁ ଚରଣ ଦାସ, ସେକ୍ ଅକ୍ତର ଅଲ୍ଲୀ, ପ୍ରମୋଦ ଜେନା, ବିନୋଦ ରଥ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଅଂଚଳର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ବ୍ରହ୍ମବରଦାର ଟ୍ରାଫିକ ସମସ୍ୟା, କଲେଜରେ ଅଣଛାତ୍ର ପ୍ରବେଶ, ଫାଣ୍ଡିରେ ମହିଳା କର୍ମଚାରୀ, ସ୍ଥାୟୀ ଗାଡି ପ୍ରମୁଖ ସମସ୍ୟା ସଂପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ପୋଲିସ କର୍ମଚାରୀ ଅଭୟ ଦାସ, ବୃନ୍ଦାବନ ବେହେରା, ଭୀମ ଚରଣ ନାୟକ, ଶୈଳ ଅଜିଜ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳାନ କରିବାରେ ସହଯୋଗ କରିଥିଲେ ।
ତାଜା ଖବର
- ସବଡେଗା ଧର୍ମପଦ ମାର୍କେଟ କମ୍ପ୍ଲେକ୍ସ ସ୍ୱଚ୍ଚ ଭାରତ ଅଭିଯାନର ମୁକସାକ୍ଷୀ, ଦୋକାନୀ ହେଉଛନ୍ତି ହଟହଟା
- ଚାରିପ୍ରହର ନାମଯଜ୍ଞାରେ ସବଡେଗା ପରିବେଶ ଆତ୍ମ ବିଭୋର
- ଆୟୁର୍ବେଦ କୁ ନେଇ ସବଡେଗା ରେ ସ୍ବାସ୍ଥ୍ୟ “ପ୍ରୋବେଧା” ର ନୂତନ ସୂର୍ଯ୍ୟ ଉଦୟ
- ଚଳିତ ବର୍ଷ ର ବର୍ଷା ରେ ଘର ଭାଙ୍ଗିଲା ପ୍ରଶାସନ ର ନଜର ପଡୁନି l
- ଗ୍ରାମୀଣ ବ୍ୟାଙ୍କରେ ୨ ବର୍ଷ ହେଲା କାର୍ଯ୍ୟ ବନ୍ଦ’ଦୁର୍ଦ୍ଦିନ ଅବସ୍ଥାରେ ବିସି ପରିବାର’
- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହପାଳିତ
- ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ
- ବାଲିସଙ୍କରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୫-୨୬ ପାଳିତ
- ବାଲିସଙ୍କରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୫-୨୬ ପାଳିତ
- ଜିଲ୍ଲାରେ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ର ଶୁଭାରମ୍ଭ



