ରସୁଲପୁର, ୧୧/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡି ପକ୍ଷରୁ ଆଜି ଆମ ପୋଲିସ ସମିତି ପକ୍ଷରୁ ଏକ ବୈଠକ ଧର୍ମଶାଳା ଥାନା ଏସ.ଆଇ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ପୋଲିସ ଓ ଜନତାଙ୍କ ମଧ୍ୟରେ ନିବିଡ ସଂପର୍କ ଉପରେ ଗୁୁରୁତ୍ୱାରୋପ କରିଥିଲେ । ଏଥି ସହ ଜନସାଧାରଣଙ୍କ ସହାୟତା ବିନା ପୋଲିସର ସଫଳତା ସମ୍ଭବ ନୁହେଁ ବୋଲି କହିବା ସହ ପୋଲିସ ଜନସାଧାରଣଙ୍କ ଶତ୍ରୁ ନୁହେଁ ବରଂ ମିତ୍ର ହୋଇ କାମ କରିବା ଦରକାର ବୋଲି ମତ ରଖିଛନ୍ତି । ଏହି ବୈଠକରେ ୬ଟି ପଂଚାୟତର ନେତା ଓ ମୁରବୀ ପ୍ରାକ୍ତନ ସରପଂଚ ବିପିନ ବିହାରୀ ଦେଓ, ସେକ୍ ଅବଦୁଲ କଲାମ, ଅମୁଲ୍ୟ ରାଉତ, ନିମାଇଁ ଚରଣ ଦାସ, ସେକ୍ ଅକ୍ତର ଅଲ୍ଲୀ, ପ୍ରମୋଦ ଜେନା, ବିନୋଦ ରଥ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଅଂଚଳର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ବ୍ରହ୍ମବରଦାର ଟ୍ରାଫିକ ସମସ୍ୟା, କଲେଜରେ ଅଣଛାତ୍ର ପ୍ରବେଶ, ଫାଣ୍ଡିରେ ମହିଳା କର୍ମଚାରୀ, ସ୍ଥାୟୀ ଗାଡି ପ୍ରମୁଖ ସମସ୍ୟା ସଂପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ପୋଲିସ କର୍ମଚାରୀ ଅଭୟ ଦାସ, ବୃନ୍ଦାବନ ବେହେରା, ଭୀମ ଚରଣ ନାୟକ, ଶୈଳ ଅଜିଜ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳାନ କରିବାରେ ସହଯୋଗ କରିଥିଲେ ।
ତାଜା ଖବର
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।



