ଯାଜପୁର ସଦର, ସନ୍ଧାନ ନିୟୁଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ନିକଟସ୍ଥ ଗଠନ କରାଯାଇଥିବା ବ୍ରହ୍ମବରଦା ପ୍ରେସକ୍ଲବ ପ୍ରସ୍ତୁତି ବୈଠକ ଆଜି ଦିନ ୧୦ଟା ସମୟରେ ପ୍ରେସକ୍ଲବ ପରିଶରରେ ବ୍ରହ୍ମବରଦା ପ୍ରେସ କ୍ଲବର ସଭାପତି ବାପୁଜୀ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କରାଯାଇଥିଲା । ବ୍ରହ୍ମବରଦା ପ୍ରେସକ୍ଲବର ସମ୍ପାଦକ ଯଯାତି କେଶରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଲେ, ବ୍ରହ୍ମବରଦା ପ୍ରେସକ୍ଲବର ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ଏହି ବୈଠକରେ ଉପସଭାପତି ସଦସ୍ୟମାନେ ଯୋଗଦେଇଥିଲେ । ଏହି ବୈଠକରେ ସାମ୍ବାଦିକ ଶଙ୍କର୍ଷଣ ସେଠୀ, ଖଗେଶ୍ୱର ସାମଲ, ସାମ୍ବାଦିକ ନାରାୟଣ ରଥ ଯୋଗଦାନ କରିଥିଲେ । ସ୍ମୃତି ରଂଜନ ରାଉତ ଏବଂ ଶ୍ରୀଯୁକ୍ତ ସ୍ୱାଇଁ ଏବଂ ପ୍ରେସ କ୍ଲବର ସମସ୍ଥ ସଦସ୍ୟ ଯୋଗଦାନ କରି ବ୍ରହ୍ମବରଦା ପ୍ରେସକ୍ଲବର ୧ବର୍ଷ ଧରି ପୂରଣ ହୋଇଥିବା ବେଲେ, ପ୍ରେସକ୍ଲବ ପକ୍ଷରୁ ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବା ପ୍ରେସକ୍ଲବର ମୁଳ ଲକ୍ଷ୍ୟ ବୋଲି ସଭାପତି ବାପୁଜି ଚରଣ ଜେନା ସୂଚନା ଦେଇଥିଲେ । ଆଗାମୀ ୨୦୨୪ ମସିହା ପାଇଁ ବ୍ରହ୍ମବରଦା ପ୍ରେସକ୍ଲବର ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଲାଗି ଏହି ପ୍ରସ୍ଥୁତି ବୈଠକରେ ଆଲୋଚନା ହୋଇଥିଲା ।
ବ୍ରହ୍ମବରଦା ପ୍ରେସକ୍ଲବ ପରିଶରରେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ
|
April 8, 2024 |



