ବ୍ରହ୍ମବରଦା ପଂଚାୟତରେ ବିଭିନ୍ନ ପ୍ରକଳ୍ପ ବିଧାୟୀକା ଉଦ୍ଘଟାନ କଲେ

Spread the love

ଯାଜପୁର ସଦର, ୧୨ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ପଂଚାୟତରେ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିବା ସହିତ ଏହି ଅବସରରେ ବ୍ରାହ୍ମଣୀ ବିଜୁ ସେତୁ ନିକଟରେ ଏକ ବିରାଟ ପଟୁଆରରେ ବାହାରୀ ଶ୍ରୀମତୀ ଦାସ କର୍ମି ମାନଙ୍କ ଗହଣରେ ଆସି ବାଇକ ଶୋଭାଯାତ୍ରରେ ବାହାରୀ ବ୍ରହ୍ମବରଦା ପାଂୟତର ପରିକ୍ରମା କରିବା ସହିତ କର୍ମି ମାନେ ସରପଂଚ ବିଧାୟୀକାଙ୍କୁ ପାଛୋଟି ନେଇଥିଲେ । ଶ୍ରମତୀ ଦାସ ଛେନାଖିଆ ପାଟଣା ଭୋଗ ମଣ୍ଡପ ରହାନା ମଦ୍ରାସା ଉତ୍କଳ ଗୋରବ ସେବା ସଂସଦ ନୂତନ ଗୃହ ମଣିକମ୍ୟୁନିଟ ସେଣ୍ଟର ବ୍ରହ୍ମବରାଦ ହାଟ ଦୂର୍ଗା ମଣ୍ଡପ ନୂତନ ଗୃହ, ଶ୍ମଶାନ ଗୃହ, ମହିମାଆଶ୍ରମ, ବ୍ରହ୍ମବରଦା ଥାନା ନିକଟରେ ଥିବା ଶାନ୍ତି ମଣ୍ଡପ, ଶୌଚାଳୟ କଲ୍ୟାଣ ମଣ୍ଡପ, ସଂସଙ୍କ ବିହାରର ନୂତନ ଗୃହ, ମିଶନ ଶକ୍ତି ଗୃହକୁ ଉଦ୍ଘାଟନ କରିଥିଲେ । ପାଖାପାଖି କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡ଼ିକୁ ଶ୍ରୀମତୀ ସୁନନ୍ଦା ଦାସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ ଯୋଗଦେଇଥିବା ବେଳେ, ସମିତି ରୁକସାସାନା ପରୱିନ ଯୁବନେତା ବ୍ରହ୍ମବରଦା ପଂଚାୟତର ସଭାପତି ରାକେଶ ଦେଓ, ଶ୍ରମିକ ନେତା ପ୍ରଦିପ ଦାସ, ପଂଚାୟତର ଯୁବ ସଭାପତି ଦିନବନ୍ଧୁ ରାଉତ, ଉପସଭାପତି ଚିରଞ୍ଜିବ ଦାସ, ପ୍ରଶାନ୍ତ ରାଉତ, ସମାଜ ସେବୀ, ଚିତ୍ତରଂଜନ ଦାସ, ଅହଲ୍ୟା ମଣ୍ଡଳ, ଜୁଲ ଫିତର ଅଲ୍ଲୀ, ବିଜୁ ଜନତା ଦଳର ସରପଂଚ ସମିତି ସଭ୍ୟ ବିଜେବି ଦଳର କର୍ମିମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ ।

Related Posts

About The Author

Add Comment