ଯାଜପୁର ସଦର, ୧୩/୧୧ (ସନ୍ଧାନ ନିଉଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ୩୬ଟି ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଥିବା ବେଳେ, ସେଥି ମଧ୍ୟରୁ ଯାଜପୁର ଜିଲ୍ଲାର ୩ଗୋଟି ଫାଣ୍ଡିକୁ ଥାନା କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଫାଣ୍ଡିକୁ ଥାନା କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହାକି ଆସନ୍ତା ୨୦ ତାରିଖରେ ବ୍ରହ୍ମବରଦା ଥାନାକୁ ପରିଦର୍ଶନରେ ଆସିଥିବା ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ଆସିଥିବା ବେଳେ, ଏହାର ଉଦ୍ଘାଟନ ଉତ୍ସବ ୨୦ ତାରିଖରେ ଅନୁଷ୍ଟିତ ହେଉଥିବାର ଏହାର ତଦନ୍ତ କରିବାପାଇଁ ଜିଲ୍ଲା ଏସପି ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ, ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରୀପାଠୀ, ବ୍ରହ୍ମବରଦା ସରପଂଚ ମମତାପ୍ରିୟଦର୍ଶିନୀ ଦେଓ, ବ୍ରହ୍ମବରଦା ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଯୋଗଦେଇଥିବା ବେଳେ, ଯାଜପୁର ଜିଲ୍ଲା ଏସପିଙ୍କ ତତ୍ୱାବଧାନରେ କନିଷ୍ଠ ଯନ୍ତ୍ରୀକୁ କାର୍ଯ୍ୟ କରାଯିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଯାହାକି ଯୁଦ୍ଧ୍ୟ କାଳିନ ଭିତ୍ତିରେ ବ୍ରହ୍ମବରଦା ଫାଣ୍ଡି କରାଯାଉଥିବାରୂ ଏହାର ଉଦ୍ଘାଟନ ଆସନ୍ତା ୨୦ ତାରିଖରେ ଉଦ୍ଘାଟନ କରାଯାଉଚି । ଏହି ଅବସରରେ କନିଷ୍ଠ ଯନ୍ତ୍ରୀ ଭିମସେନ ମହାରଣା ଯୋଗଦାନ ଦେଇଥିବା ବେଳେ, ବହୁ ବିଶିଷ୍ଠ ବ୍ୟକ୍ତି, ଉଚ୍ଚ ପଦସ୍ଥ ଅଧିକାରୀ ବ୍ରହ୍ମବରଦା ଫାଣ୍ଡିର ଅଧିକାରୀ ମାନେ ଯୋଗଦାନ କରିଥିଲେ । ଯାଜପୁର ଜିଲ୍ଲା ଏସପିଙ୍କ ସହିତ ଏସଡିପିଓ ସଂଜୟ ପଟ୍ଟନାୟକ ଯୋଗଦାନ କରିଥିଲେ ।