ଯାଜପୁର ସଦର, ୧୬ା୦୭: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରାଦା ପଂଚାୟତରେ ଥିବା ୨ଗୋଟି ବିଦ୍ୟାଳୟକୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିବା ବେ୍େଳ ବେଟି ପଢ଼ାଅ, ବେଟି ପଢ଼ାଅ ଅଭିଯାନକୁ ନେଇ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଯାଜପୁର ଜିଲ୍ଲାପାଳ ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କରାଯାଇଥିବା ବେଳେ, ସଂଜୟ କୁମାର ଦିଗଲଙ୍କ ସଂଯୋଜନାରେ ବେଟି ପଢ଼ଅ, ବାଟି ବଞ୍ଚଅ ଏହି ପୁରସ୍କାର ରାଶୀ ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଆଇଚ ଏବଂ ବ୍ରହ୍ମବରଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅନନ୍ତ କୁମାର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଠାରୁ ଆର୍ଥିକ ରାଶି ୧୦ ହଜାର ଟଙ୍କା ଲେଖାଏଁ ୨ଟି ସ୍କୁଲ ଏବଂ ମାନପତ୍ର ଦିଆଯାଇଥିଲା । ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ ସଭାପତି ଜୁଦଫିତର ଅଲ୍ଲୀ, ସମାଜ ସେବୀ ମଣ୍ଟୁ ଦାସଙ୍କ ଉପସ୍ଥିତିରେ ଏହି ପୁରସ୍କାର ରାଶୀ ଦିଆଯାଇଥିଲା ।
ବ୍ରହ୍ମବରଦାର ୨ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଗଲା
|
July 20, 2023 |



