ଯାଜପୁର, ୧୧/୩ (ସନ୍ଧାନ ନିୟୁଜ) ସମଗ୍ର ଅଂଚଳରେ ଅଖଣ୍ଡ ଶାନ୍ତି ମୈତ୍ର ଓ ସଂହତି ପ୍ରତିଷ୍ଟାକରିବା ନିର୍ମିତ, ଯାଜପୁରଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାତିବାରୀ ଗ୍ରାମପଞ୍ଚାୟତ ଅଧିନ ବୈରୀମାଳ ଗ୍ରାମସ୍ଥ ଜଞେଶ୍ୱର ପୀଠରେ ନବମ ବାର୍ଷିକ ପଞ୍ଚଦିବ ସମାକ୍ ନବକୁଣ୍ଡିୟ ବିଶ୍ୱ କଲ୍ୟାଣ, ବିଶ୍ୱଶାନ୍ତି,ବିଷ୍ଣୁ ମହାଯଜ୍ଞ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ବୈରିମାଳ ଓ କରଡାପାଳ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ଓ ଶାନ୍ତି କୁଞ ସେବାଶ୍ରମର ସନ୍ଥ ଶ୍ରୀମଦ ସ୍ୱାମୀ ଦିନଦୟାଲ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୟାବଧାନକ୍ରମେ ଗତ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ମହା ଯଞୋଉତ୍ସବରେ, କାର୍ଯ୍ୟନିଘ୍ରଣ୍ଟ ଅନୁଯାୟୀ ଭିନ୍ନ ଭିନ୍ନ ଦିବସରେ, ଅଙ୍କୁରାରୋପଣ, ମହାଶିବରାତ୍ରି, ବ୍ରତୋଉତ୍ସବ ପାଳନ, ଓ ମହାଯଜ୍ଞ କଳସ ଯାତ୍ରା, ଅଧିବାସ ନିତ୍ୟକର୍ମ, ସୂର୍ଯ୍ୟ ପୂଜା, ଗୋପୂଜା, ଗୁରୁ ପୂଜା, ଘୃତହୁତି,ପୂର୍ଣ୍ଣ।ଆହୁତି,ଏବଂ ସାଧୁସମିଳନି ଆଦି ବିବିଧ ଆଧ୍ୟତ୍ମାତିକ କାର୍ଯ୍ୟକ୍ରମ ଯଥାବିଧି ସମ୍ବବ ରୂପେ ସଂପାଦିତ ହୋଇଥିଲା। ଏହାଛଡା ଆକର୍ଷଣୀୟ ମନୋରଂଜ ଧର୍ମୀ କାର୍ଯ୍ୟକ୍ରମ ଖୁବୁ ଉପଭୋଗ୍ୟ ହୋଇଥିଲା। ପ୍ରତ୍ୟହ ଏ ଠାରେ ଜିଲ୍ଲାର କୋଣ ଅନୁକୋଣରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।ସ୍ଥାନୀୟ ଆରକ୍ଷୀ ବାହିନୀତରଫରୁ ଶାନ୍ତି ସୁଙ୍ଖଳା ରକ୍ଷା କରାଯାଇଥିଲା। ସୂଚନା ଥାଉକି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀର ଉତ୍ତର ତଟରେ ଅବସ୍ତିତ ଏହି ପୀଠ ସହ ସହ ବର୍ଷପୂର୍ବେ ସାଧୁ ସନ୍ଥମାନଙ୍କର ଏକ ମହାନ ଆଶ୍ରମଥିଲା। ଲୋକ କଥା ଅନୁସାରେ ଏ ପୀଠରେ ନାମ ମହିମା ନେଇ ମଧୁର ସଂକ୍ରୀତନକଲେ ଗ୍ରୀଷ୍ମ ଋତୁରେ ଶୁଷ୍କ ପାହାଡ଼ରୁ ନିର୍ମଳ ଜଳଧାର ଝରି ଆସିଥାଇ।କୌଣସି କାରଣ ବସତ ଏହି ଜଞୋତ୍ସବ କିଛି ବର୍ଷଧରି ପ୍ରାମ୍ଭିକଅବସ୍ଥାରେ ବନ୍ଦ ହୋଇଯାଇଥିଲାମଧ୍ୟ ଗତ୨୦୧୧ମସିହା ଠାରୁ ଏହା ନିରବ ଛିନ୍ନ ଭାବେ ମହାଆଡ଼ମ୍ବର ସହକାରେ ଆୟୋଜିତ ହୋଇଆସୁଛି।

Report- Prasanta Samal
Share and Subscribe faceboou, youtube and visit us again



