ବୈପାରିଗୁଡା: ୱାଡ଼ି କାର୍ଯ୍ୟକ୍ରମର ତଦାରଖ କଲେ ସମନ୍ୱିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା

Spread the love

ବୈପାରିଗୁଡା , ୧୫/୭ (ସନ୍ଧାନ ନିୟୁଜ ) କୋରାପୁଟ ଜିଲ୍ଲାର ସମନ୍ୱିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ଜୟପୁର ଏବଂ ସିୱାଇଏସଡ଼ି ର ମିଳିତ ପ୍ରୟାସ ରେ ଆର୍ଥିକ ବର୍ଷ ୨୦୧୮/୧୯ ରେ ବୈପାରିଗୁଡା ଓ କୁନ୍ଦୁରା ୨ଗୋଟି ବ୍ଲକ ରେ ୧୮ଟି ଗ୍ରାମରେ ୨୫୦ ଜଣ ଆଦିବାସୀ ଚାଷୀଙ୍କୁ ନେଇ ଯେଉଁ ୱାଡ଼ି କାର୍ଯ୍ୟକ୍ରମ କରାଯାଇଥିଲା ତାହାର ତଦାରଖ କରିବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କୋରାପୁଟ ର ଏ ପି ଡ଼ି ଶ୍ରୀଯୁକ୍ତ ଗୌରୀ ଶଙ୍କର ସାହୁ, MGNREGA ସଂଯୋଜକ ଶ୍ରୀଯୁକ୍ତ ଜୟନ୍ତ କୁମାର ନାୟକ,ସମନ୍ୱିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ଜୟପୁର ର ସ୍ୱତନ୍ତ୍ର ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ତ୍ରିପାଠୀ ତଦାରଖ କରିଥିଲେ ।ସେମାନେ କୁନ୍ଦୁରା ବ୍ଳକ ର ଘୁମର, କଳାପଡା ଏବଂ ବୈପାରିଗୁଡା ବ୍ଲକ ର କଦମଗୁଡା, ତେନ୍ତୁଳିପଦର ଗ୍ରାମରେ କରାଯାଇଥିବା ଆମ୍ବ ଚାଷୀମାନଙ୍କର ଆମ୍ବ ବଗିଚା ପରିଦର୍ଶକ କରିଥିଲେ ଏବଂ ଆମ୍ବ ଗଛ ର ଯତ୍ନ ନେଲେ ଚାଷୀ କିପରି ଭବିଷ୍ୟତରେ ଲାଭବାନ ହୋଇପାରିବ ସେ ବିଷୟରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସି ୱାଇ ଏସ ଡ଼ି ର କର୍ମୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସ୍ବାଇଁ ଙ୍କ ସମେତ ଦିଲ୍ଲୀପ କୁମାର ରଥ,ସୁଶାନ୍ତ ହରିଜନ,ସଞ୍ଜୟ କୁମାର ପଣ୍ଡା ପରିଚାଳନା କରିଥିଲେ ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment