ବେଆଇନି ଜର୍ଦ୍ଦା ତିଆରି କରୁଥିବା ଦୁଇ ଭାଇ ଜେଲ ଗଲେ

Spread the love
  •  
  •  
  •  
  •  
  •  

ଯାଜପୁର, ୨୬/୧୦/୨୦୨୧ (ସନ୍ଧାନ ନିଉଜ) : ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ବୈରୀ ଥାନା ପୋଲିସ ବେଆଇନି ଜର୍ଦ୍ଦା ତିଆରି କରୁଥିବା ଅଭିଯୋଗରେ ବୈରୀ ପୋଲିସ ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଗତ ଶନିବାର ରାତିରେ ଜର୍ଦ୍ଦା ତିଆରି କରୁଥିବା କୌଣସି ସୁତ୍ରରୁ ଖବର ପାଇଁ ବୈରୀ ଥାନା ଅଧିକାରୀ ସଙ୍ଘମିତ୍ରା ନାୟକ ଛତିଆ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମର ସୁନାକର ବାୟୀ ଘରେ ବହୁ ପରିମାଣର ଜର୍ଦ୍ଦା ତିଆରି କରାଯାଇ ଗଚ୍ଛିତ ରହିଥିବା ଦେଖିବାକୁ ମିଳିଥିଲା । ବେଆଇନି ଭାବରେ ଏକ ଘରେ କୌଣସି କାଗଜ ପତ୍ର ନଥାଇ ବେଆଇନି ଭାବେ ଜର୍ଦ୍ଦା ତିଆରି କରି ବହୁତ ଟଙ୍କାର ଜର୍ଦ୍ଧା ତିଆରି ହୋଇ ରହିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଜର୍ଦ୍ଧା ତିଆରି କାରଖାନାର ମାଲିକ ଏହି ଦୁଇ ଭାଇ ଜର୍ଦ୍ଧା ତିଆରି କରି ବାହାରକୁ ଚାଲାଣ କରୁଥିଲେ । ସୂଚନା ପାଇ ବୈରୀ ଥାନା ଅଧିକାରିଣୀ ଏବଂ ପୋଲିସ ଏସ୍ଆଇ ଗୋବର୍ଦ୍ଧନ ନାୟକ ବୈରୀ ପୋଲିସ ଅଚାନକ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଉଦ୍ଧ୍ୱର୍ ହେବ ଜର୍ଦ୍ଧାକୁ ଜବଦ କରିବା ସହିତ ୫୨୦ କିଲୋ ଜର୍ଦ୍ଧା ୨୦ ଲିଟର କେମିକାଲକୁ ଜବଦ କରିବା ସହିତ ଏହି କାର୍ଯ୍ୟରେ ସମ୍ପୁକ୍ତ ଥିବା ରମାକାନ୍ତ ବାୟୀ, ରତିକାନ୍ତ ବାୟୀ କୁ ଥାନାକୁ ନେଇଥିଲେ । ବେଆଇନି ଭାବରେ ଜର୍ଦ୍ଧା ତିଆରି କରୁଥିବା ଅଭିଯୋଗରେ ରମାକାନ୍ତ ଏବଂ ରତିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ସଙ୍ଘମିତ୍ରା ନାୟକ ସୂଚନା ଦେଇଛନ୍ତି ।

Related Posts

About The Author

Add Comment