ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ୨ ଗିରଫ। ବାଇକ ସମେତ ଗାଡ଼ି ଡିକି ଭାଙ୍ଗିବା ଯନ୍ତ୍ରାଂଶ ଜବତ,

Spread the love

ଜେନାପୁର,୩୧/୭ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଞ୍ଚାୟତ ଅଧିନ ଗୋଡ଼ିପାଟିଆ ଗ୍ରାମର ରାମଚନ୍ଦ୍ର ବାରିକ ଟଙ୍କା ଚୋରି ଘଟଣା ରେ ୨ ଜଣ ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ଦ୍ବୟ ହେଲେ ଯାଜପୁର ରୋଡ଼ ଥାନା ଅଧିନ ମୁଣ୍ଡୁମାଳ ଗ୍ରାମ ର ଶ୍ରୀକାନ୍ତ ପ୍ରଧାନ ଓରଫ ବିରନ୍ତ (୨୪) ଏବଂ ଗଂଜାମ ଜିଲ୍ଲା କୋଟିନାଡ଼ା ଥାନା ଅଧିନ ଡୁଙ୍କୁଣୀ ସାହାପୁର ଗ୍ରାମ ର ଏନ ସତ୍ୟ ବାବୁ ଙ୍କ ପୁଅ ଏନ ରବିନ (୨୮) ବୋଲି ଜଣାପଡ଼ିଛି। ସୂଚନା ମୁତାବକ ରାମଚନ୍ଦ୍ର ଗତ ୧୯ ତାରିଖ ଚଢ଼େଇଧରା ନିକଟରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ୨ ଲକ୍ଷ ଟଙ୍କା ଉଠାଇ ଫେରିବା ସମୟରେ ୫୩ ନମ୍ବର ଜାତୀୟ ରାଜପଥ ର ରାଣୀବନ୍ଦୀ ପୋଲ ନିକଟରେ ୨ ଜଣ ଯୁବକ ତାଙ୍କ ଠାରୁ ଟଙ୍କା ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ନେଇ ରାମଚନ୍ଦ୍ର ଜେନାପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଜେନାପୁର ପୋଲିସ କେସ ନମ୍ବର ୨୫୯ /୨୪ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଲାଇ ଥିଲା। ଜେନାପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବ୍ୟାଙ୍କ ସିସିଟିଭି ଆଧାରରେ କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ମଙ୍ଗଳବାର ଉଭୟ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ତାଙ୍କ ମୋବାଇଲ ନମ୍ବର ରୁ ଜଣାପଡିଥିଲା। ଜେନାପୁର ପୋଲିସ ଅଂଜିରା ନିକଟରେ ଉଭୟ ଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୬୧ ହଜାର ୧୬୦ ଟଙ୍କା ,ସହିତ ଡୁପ୍ଲିକେଟ ନମ୍ବର ଥିବା ଓଡ଼ି୦୯ ୱାଇ ୧୫୭୮ ଥିବା ଏକ ଚୋରା ପଲସର ମୋଟର ସାଇକେଲ,ଡ଼ିକି ଭାଙ୍ଗିବା ପାଇଁ ବ୍ୟବହୃତ ଦୁଇଟି ଲୁହା ଯନ୍ତ୍ରାଂଶ,ଦୁଇଟି ବ୍ୟାଙ୍କ ପାସବୁକ,ଦୁଇଟି ମନୀପର୍ସ ସହିତ ଗୋଟିଏ ଆଧାର କାର୍ଡ କୁ ଜବତ କରାଯାଇଥିବା ଜଣାପଡିଛି। ଉଭୟ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

Related Posts

About The Author

Add Comment