ଜେନାପୁର, ୧୫/୦୮/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ତହସିଲ ଅନ୍ତର୍ଗତ ବୁରୁସାହି ଆଦିବାସିଙ୍କୁ ଆଜି ତାଙ୍କର ମୌଳିକ ଅଧିକାର ବସଗୃହ ପାଇଁ ସ୍ଥାୟୀ ଜମିପଟ୍ଟା ମିଳିଛି । ଏହି ବହୁ ପ୍ରତିକ୍ଷିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଧର୍ମଶାଳାର ବିଧାୟକ ଶ୍ରୀଯୁ୍କ୍ତ ପ୍ରଣବ ବଳବନ୍ତରାୟ ଯୋଗଦେଇ ଗରିବ ଆଦିବାସିଙ୍କୁ ଗୁଣ୍ଠିକିଆ ଜମିପଟ୍ଟା ପ୍ରଦାନ କରିଥିଲେ । ବହୁ ଦିନର ଦାବି, ସମାଜିକ ଅନୁଷ୍ଠାନ ମାନଙ୍କର ଆନେ୍ଦାଳନ, ଗଣମାଧ୍ୟର ପ୍ରଚେଷ୍ଠା ଓ ପ୍ରଶାସନର ଆନ୍ତରିକାତା ପାଇଁ ଆଜି ୧୫ ଅଗଷ୍ଟ ସ୍ୱାଧିନତା ଦିବସରେ ଏହି ଗାଁର ଆଦିବାସି ଲୋକମାନଙ୍କୁ ଗୁଣ୍ଠିକିଆ ପଟ୍ଟା ମିଳିଛି । ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ତତପରତା ପାଇଁ ଏହି ଲୋକମାନେ ସ୍ୱଳ୍ପ ସମୟ ମଧ୍ୟରେ ପଟ୍ଟା ପାଇବାର ସୌଭାଗ୍ୟ ଲାଭ କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି ଗାଁରେ ପାଖାପାଖି ୩୦ରୁ ଅଧିକ ପାରିବାର ରହି ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପାଇବା ପଇଁ ଜମି ପଟ୍ଟା ଖଣ୍ଡିଏ ପାଖରେ ନଥିଲା । ଅନେକ ସମସ୍ୟା ଭିତରେ ବାସ କରୁଥିଲେ ମଧ୍ୟ ଏମାନଙ୍କର ସ୍ୱର ପ୍ରଶାସନର କାନ ପର୍ଯ୍ୟନ୍ତ ପହ‚ô ପାରୁ ନଥିଲା । ତେବେ ଏନେଇ ପ୍ରଥମେ ସମାଜରେ ଖବର ପ୍ରକାଶ ପାଇବା ପରେ ସଚେତନ ନାଗରିକ ମଞ୍ଚର ସଭାପତି ସରୋଜ କୁମାର ବେହେରାଙ୍କ ପ୍ରଚେଷ୍ଠାରେ ବିଭିନ୍ନ ସମୟରେ ନିରବ ପ୍ରତିବାଦ କରାଯିବା ସହିତ ସେମାନଙ୍କ ଦାବିକୁ ଜିଲାପାଳଙ୍କ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିଥିଲା । ଗତ ଏକ ବର୍ଷ ପୂର୍ବରୁ ଜିଲାପାଳ ଏଠାରେ ବୁରୁସାହିକୁ ଆଦର୍ଶ ଗ୍ରାମ କରାଯିବା ଘୋଷଣାର ଏହା ଏକ ପଦକ୍ଷେପ । ବୁରୁସାହିକୁ ମିଳିବ ସମସ୍ତ ସୁବିଧା ସୁଯୋଗ । ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛୋଟପିଲାଙ୍କ ପାଇଁ ଅଙ୍ଗନବାଡି ସେଣ୍ଟରର କାର୍ଯ୍ୟ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି । ସେହିପରି ପାନୀୟଜଳ ପାଇଁ ଏକ ବୋରିଂ କରାଯାଇଥିବା ଦେଖାଯାଇଛି । ତଥାପି ଆହୁରୀ ଅନେକ କିଛି ସମସ୍ୟା ଏଠାରେ ରହିଥିବାରୁ ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ କହନ୍ତି । ଆଜିର ଏହି ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତରାୟ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ତହସିଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲାଦାର ଦେବୀ ପ୍ରସାଦ ମହାନ୍ତି ଓ ରାଜସ୍ୱ ନିରିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସେଠାରେ ପତାକା ଉତ୍ତୋଳନ କରିବା ସହିତ ଗୁଣ୍ଠିକିଆ ପଟ୍ଟା ପ୍ରଦାନ କରିଥିଲେ ।
ବୁରୁସାହିକୁ ମିଳିଲା ସ୍ଥାୟୀ ଜମି ପଟ୍ଟା
|
August 16, 2020 |