-
ସାମୁହିକ ମୃତ୍ୟୁକୁ ତନ୍ତ୍ର-ମନ୍ତ୍ର ସହିତ ଜୋଡ଼ି ହୋଇଥିବା ଆଶଂକା
-
ସମସ୍ତଙ୍କର ମୁଁହ ଏବଂ ଆଖିରେ ପଟ୍ଟି ବନ୍ଧା ହୋଇଛି
ନୂଆଦିଲ୍ଲୀ, ୧/୭ (ସନ୍ଧାନ ନିୟୁଜ): ଦେଶର ରାଜଧାନୀ ଦିଲ୍ଲୀରେ ଦୁଃଖଦ ଘଟଣା ଘଟିଛି। ବୁରାଡ଼ୀର ସନ୍ତ ନଗରରେ ଗୋଟିଏ ଘରେ ୧୧ ଜଣଙ୍କର ଶବ ମିଳିଲା। ମୃତକଙ୍କ ମଧ୍ୟରେ ୭ ମହିଳା ଏବଂ ୪ ପୁରୁଷ ଅଛନ୍ତି। ପୁଲିସ କହିଛିଯେ ଶବମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି। ସମସ୍ତେ ଗୋଟିଏ ପରିବାରର କୁହାଯାଉଛି। ସମସ୍ତଙ୍କର ମୁଁହ ଏବଂ ଆଖିରେ ପଟ୍ଟି ବନ୍ଧା ହୋଇଛି।
ସେଠାରେ ପୁଲିସ ପହଁଞ୍ଚି ଶବକୁ ଜବତ କରିଛି। ପୁଲିସ ଆଖପାଖର ଲୋକମାନଙ୍କୁ ପଚାରା ଉପଚା କରୁଛି। ଏପର୍ଯ୍ୟନ୍ତ ଏହି ମୃତ୍ୟୁକୁ ସଂଦିଗ୍ଧ ମାନା ଯାଉଛି। କୁହାଯାଉଛିଯେ, ଏହି ପରିବାରର ଫର୍ଣ୍ଣିଚର ଏବଂ କିରାନା ଦୋକାନ ଅଛି। ସମସ୍ତଙ୍କର ଶବ ଘରର ଅଗଣାରେ ଏକ ଲାଗିଥିବା ଜାଲିରେ ଲଟକା ହୋଇଥିବା ମିଳିଛି।
ପୁଲିସ କହିଛି ଯେ ରବିବାରଦିନ ସକାଳେ ପଡ଼ୋଶୀଘରେ ରହୁଥିବା ଜଣେ ବ୍ୟକ୍ତିଙ୍କର ନଜର ଏହି ପରିବାରର ଅଗଣା ଉପରେ ପଡ଼ିଲା। ଲୋକମାନଙ୍କୁ ଲଟକା ହୋଇଥିବା ଦେଖି ସେ ଘବରାଇ ଗଲେ ଏବଂ ଆଖପାଖର ଲୋକମାନଙ୍କୁ ଏକତ୍ରୀତ କଲେ। ତା’ର ପରେ ପଡ଼ୋଶୀ ପୁଲିସକୁ ସୂଚନା ଦେଲେ। ପୁଲିସକୁ ସକାଳେ ପ୍ରାୟତଃ ସାତ ବେଳେ ଏହି ସୂଚନା ମିଳିଲା। ପଡ଼ୋଶୀମାନଙ୍କ କହିବା ଅନୁଯାୟୀ ସମ୍ପୂର୍ଣ୍ଣ ପରିବାର ଶନିବାରଦିନ ରାତିରେ ମଧ୍ୟ ଆଖପାଖ ଲୋକମାନଙ୍କ ଲୋକମାନଙ୍କୁ ଦେଖା କରିଥିଲେ। ଦେଖିକରି ଏମିତି ଲାଗୁନଥିଲା କି ଏହି ପରିବାର ଉପରେ କୌଣସି ଅସୁବିଧା ଥିଲା ବୋଲି।
ପ୍ରାରମ୍ଭିକ ଜାଞ୍ଚରୁ ପୁଲିସ ଏଥିରେ ସୁସାଇଡ ଆଶଂକା କରୁଛି। ମୌକାରେ ଉପସ୍ଥିତ ପୁଲିସ ଅଫିସର କହିଛନ୍ତି କି ପୋଷ୍ଟମାର୍ଟମ ରିପୋର୍ଟ ଏବଂ ଜାଞ୍ଚର ପ୍ରକ୍ରିୟା ପୂରା ହେବା ପରେ ହିଁ କିଛି ସ୍ପଷ୍ଟ କରାଯାଇପାରିବ। ଅବଶ୍ୟ ସେମାନେ କହିଛନ୍ତିଯେ ଏହା ସୁଇସାଇଡ ମାମଲା ହୋଇପାରେ। ପୋଲିସ୍ କହିଛି କି ଶବମାନଙ୍କର ମୁଁହ ଏବଂ ଆଖିରେ ପଟ୍ଟି ବଂନ୍ଧା ହୋଇଛି। ଏହା ଏମିତି ପ୍ରତୀତ ହେଉଛିଯେ, ଏକ ସାଥିରେ ସୁସାଇଡ କରିବା ସମୟରେ ଜଣେ ଦ୍ୱିତୀୟକୁ ଦେଖିବାକୁ ଚାହୁଁ ନଥାଇପାରନ୍ତି ଏବଂ ଅନ୍ୟ ଆଉଜଣଙ୍କର ଶବ୍ଦ ଶୁଣିବାକୁ ଚାହୁଁନଥିଲେ ବୋଲି ଆଶଂକା କରାଯାଉଛି।
ପୁଲିସ ଏହା ମଧ୍ୟ କହିଛିଯେ ସକାଳେ ପ୍ରାୟତଃ ସାତଟା ବେଳେ ଲୋକମାନଙ୍କର ସୂଚନା ପରେ ଯେତେବେଳେ ସେ ସନ୍ତ ନଗରର ଗଲୀ ନମ୍ବର-୨ ସ୍ଥିତ ଏହି ଘରେ ପହଁଞ୍ଚିଲେ ତେବେ ଘରର ଦ୍ୱାର ଖୋଲା ହୋଇଥିଲା। କିଛି ଶବ ଘରର ଅଗଣାରେ ଲଟକି ଥିବା ଏବଂ କିଛି ଭିତରେ ପଙ୍ଖାରେ ଲଟକିଥିବା ଦେଖିବାକୁ ମିଳିଥିଲା। ଏହା ପୁଲିସ ମନରେ ସନ୍ଦେହ ସୃଷ୍ଟି କରୁଛି। ପୁଲିସ ସମ୍ପୂର୍ଣ୍ଣ ଘରକୁ ସିଲ କରିଦେଇଛି। କିଛି ଲୋକ ଏହି ସାମୁହିକ ମୃତ୍ୟୁକୁ ତନ୍ତ୍ର-ମନ୍ତ୍ର ସହିତ ଜୋଡ଼ିକରି ଦେଖୁଛନ୍ତି। ଅବଶ୍ୟ ସ୍ଥିତି ଜାଞ୍ଚ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।
From Odiapua