ବୁଦ୍ଧିଜୀବୀଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

Spread the love

ବାରିପଦା, 01.12.2020 (ଲିଙ୍ଗରାଜ ପଣ୍ଡା) ମୟୂରଭଞ୍ଜ ଜିଲାରେ ଉନ୍ନତ ‘ସ୍ବାସ୍ଥ୍ୟସେବା ବିକାଶ ପାଇଁ ଜିଲାର ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅଧ୍ୟାପକ ସୁନୀଲ କୁମାର ଜେନାଙ୍କ ନେତୃତ୍ବରେ ଏଠାରୁ ପଠାଯାଇଛି। । ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଆଦିବାସୀ ଅଧ୍ୟଷିତ ଏହି ଜିଲାବାସୀ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଂଚିତ ହୋଇ ଅନ୍ଧବିଶ୍ୱାସ ଓ କୁସଂସ୍କାର ଆଡ଼କୁ ମୁହାଁଉଛନ୍ତି । ଜିଲାବାସୀଙ୍କ ବନ୍ଧୁ ଦାବି ପରେ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆବଶ୍ୟକ ଚିକିତ୍ସା  ବିଶେଷଜ୍ଞ, ଆଧୁନିକ ଯନ୍ତ୍ରପାତିର ଅଭାବ ଯୋଗୁଁ ବନ୍ଧୁ ରୋଗୀ ଆର୍ଥିକ ସଂକଟ ସଙ୍ଗେ କଟକ ଓ ଭୁବନେଶ୍ଵର ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି ବେସରକାରୀ ଉଦ୍ୟମରେ ବାରିପଦାଠାରେ ୧୯୮୦ରେ ମୟୂରଭଞ୍ଜ ହୋମିଓପ୍ୟାଥିକ କଲେଜ ଏବଂ ୧୯୮୩ରେ ମୟୂରଭଞ୍ଜ ଆୟୁର୍ବେଦ କଲେଜ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆୟକ୍ଷା ମନ୍ତ୍ରଣାଳୟଙ୍କ ଅଙ୍କୁଶ ଯୋଗୁଁ ଦୀର୍ଘ ବର୍ଷ ହେଲା ଉଭୟ କଲେଜରେ ନାମଲେଖା ବନ୍ଦ ହେବା ସହ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାଜିବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ କାରଣ ଶିମିଳିପାଳ ପରି ବିଶାଳ ଅଭୟାରଣ୍ୟ ଥାଉଁ ଥାଉଁ ଏପରିକି ପାରମ୍ପରିକ ଚିକିତ୍ସା କଲେଜର ଶିକ୍ଷା ଓ ଗବେଷଣାରେ ବିକାଶ କରା ନ ଯିବା ସଂପୂର୍ଣ୍ଣ ବନ୍ଦ ହେବା ନେଇ ନାନା ପ୍ରଶ୍ନବାଚୀ ଉଠୁଛି ଏଣୁ ଏହି ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଦୁଇ କଲେଜର ପୁନରୁଦ୍ଧାର ପାଇଁ ପରିଚାଳନା ଭାର କେନ୍ଦ୍ର ସରକାର ବହନ କରିବା ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ସହଜରେ ଜିଲା ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରାଧାମକ ସ୍ବରୁପ ପଟ୍ଟନାୟକ, ଓଡ଼ିଆ ଭାଷା ସୁରକ୍ଷା ସମିତିର ଜିଲା ସଭାପତି ଶରତ ଚନ୍ଦ୍ର ନାୟକ, ମୟୁରଭଞ୍ଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାଛୁ, ସଚ୍ଚିନ୍ଦ୍ରନାଥ ଆଚାର୍ଯ୍ୟ, ପିତାମ୍ବର ମଲ୍ଲିକ, ଧୂରେନ୍ଦ୍ରନାଥ ସାସମଲ, ଉଦୟ କୁମାର ନାୟକ, ଜ୍ଞାନରଂଜନ ତ୍ରିପାଠୀ, ପୃଥୀରାଜ ହାଁସଦା, ଜଗନ୍ନାଥ ଦେ, ବିନୟ ଦାସ, ଚାନ୍ଦରାୟ ମୁର୍ମ, ଗଣେଶ ସିଂ ପ୍ରମୁଖ ଦେଜ ଶହରୁ ଉର୍ବରୁ ବୁଦ୍ଧିଜୀବୀ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମାକ୍ଷର ପଠାଯାଇଥୁବା ସ୍ମାରକ ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

Related Posts

About The Author

Add Comment