ବୁଢାବଳଙ୍ଗ ନଦୀରୁ ବେଆଇନ୍ ବାଲି ଚାଲାଣ; ୨ ଜଣକୁ ଗିରଫ୍

Spread the love

ବାରିପଦା/ବଡସହି ୨୯/୦୬ (ସନ୍ଧାନ ନିଉଜ) ବୁଢାବଳଙ୍ଗ ନଦୀ ବେଆଇନ୍ ଭାବେ ବାଲି ଚାଲାଣ ଅଭିଯୋଗରେ ସ୍ଥାନୀୟ ବଡସାହି ଥାନା ୨ଟି ଟ୍ରାକ୍ଟର କୁ ଜବଦ କରିଛି । ପୃଥକ ଘଟଣାରେ ୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବେଲେ ୨ ଜଣକୁ ଗିରଫ୍ ମଧ୍ୟ କରାଯାଇଛି । ଗିରଫ୍ ଅଭିଯୁକ୍ତ ହେଲେ ନଂ ବିହୀନ ବାଲି ବୋଝେଇ ଟ୍ରାକ୍ଟର ଚାଳକ ତଥା କପ୍ତିପଦା ଥାନା ବାସିତଟା ଗ୍ରାମର ମଙ୍ଗଳୁ ବିଶ୍ୱାଳ (୨୬) ସେ ଟ୍ରାକ୍ଟର ରେ ବାଲି ବୋଝେଇ କାରି ଚଳାଇ ଆସୁଥିବା ବେଳେ ବଡସାହି ଥାନାର ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଜୟନ୍ତ କୁମାର ବେହେରା ଗାଡିଟିକୁ ଅଟକାଇ ଗାଡିର କାଗଜ ପତ୍ର ଯାଞ୍ଚ କାରିଥିଲେ । କାଗଜ ପତ୍ର ସନ୍ତୋଷ ଜନକ ନଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଯୁଗ୍ମ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇ ଟ୍ରାକ୍ଟର ଟିକୁ ଜବଦ କରିବା ସଙ୍ଗେ ସଙ୍ଗେ ଚାଳକଟିକୁ ଗିରଫ କରିଛନ୍ତି । ଅନ୍ୟ ଏକ ଘଟଣାରେ ଓଓଉଙ୍କ ଗାଡିଟିକୁ ଦେଖି ବାଲି ବୋଝେଇ ଟ୍ରାକ୍ଟର ଯାହାର ନମ୍ବର ଙଊ-୧୧ଈ୦୬୪୦ ର ମାଲିକ ଓ ତାଙ୍କ ଭାଇଙ୍କ ଇଶାରାରେ ଚାଳକ ଜଣଙ୍କ ରାସ୍ତା ପାଶ୍ୱରେ ବାଲି ଆନଲୋଡ କରି ପଳାଇ ଯିବାକୁ ଚେଷ୍ଟା କରୁଥିଲା । ତରବେ ଚକ୍ରଧର ପୁର ଗ୍ରାମର ଜଗନ୍ନାଥ ବେହେରା (୩୨) କୁ ପୁଲିସ୍ ଗିରଫ କରିଥିବା ବେଳେ ସହ ଅଭିଯୁକ୍ତ , ତାଙ୍କ ଭାଇ ମୋନରଞ୍ଜନ ବେହେରା (୩୦) ଓ ଚାଳକ ଖସି ପଳାଇଥିଲେ । ଓ ପୋଲିସ ଟ୍ରାକ୍ଟର ଟିକୁ ଜବଦ କରିଛି । ଉଭୟ ଟ୍ରାକ୍ଟର କୁାଆଡେ ବୁଢାବଳଙ୍ଗ ନଦୀର କୁଳିଅଣାର ବେଆଇନ୍ ବାଲିଘାଟରୁ ଚୋରା ଚାଲାଣ ବାଲି ଘଟଣାରେ ନିୟଜିତ କରାଯାଇଛି । କିଛି ଦିନ ପୂର୍ବରୁ ତସିଲଦାର ମମତାଜ ମହାରଣା ଏକ ଟ୍ରାକ୍ଟର ଜବଦ କରି ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା ପରେ ଛାଡିଦେଇଥିଲେ । ପ୍ରଶାସନ ସ୍ୱତନ୍ତ୍ର ସ୍ନାର୍ଡ ଜରିଆରେ ଯୋଜନା ବଦ୍ଧ ଭାବେ ଚଢଉ ସହିତ ଯୁଗ୍ମ ତଦନ୍ତ କଲେ ଚୋରା ବାଲି କାରବାର ଧରା ପଡିବା ସହିତ ସରକାରୀ ତହର୍ବଲ କୁ ମୋଟ ଅଙ୍କର ରାଜସ୍ୱ ମିଳନ୍ତା ବୋଲି ଚର୍ଚ୍ଚା ଚାଲିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment