ଋଣଭାର ସହି ନପାରି ବୃଦ୍ଧଙ୍କ ଆତ୍ମହତ୍ୟା

Spread the love

ଯାଜପୁର, ୮/୩ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) :  ଯାଜପୁର ସଦର ଥାନା ସିମିଳିଆ ଗୌଡ଼ସାହି ଗୋବିନ୍ଦପୁର ଗ୍ରାମରେ ବିସପିଇ ଜଣେ ବୁର୍ଦ୍ଧ କରିଥିବା ଜଣାପଡ଼ିଛି। ମୂର୍ତବୃଦ୍ଧ ଜଣକ ଗୌଡ଼ସାହି ଗୋବିନ୍ଦପୁର ଗ୍ରାମର ଅର୍ଜୁନ ଜେନାଙ୍କ ପୁଅ ଗଜେନ୍ଦ୍ର (୫୫)ଶୁକ୍ରବାର ଅପରାହ୍ନରେ ସେଘରଠାରୁ କିଛିଦୂରରେଥିବା ତାଙ୍କ ଜମିରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକ ଖୋଜା ଖୋଜି କରିବାରୁ ଗଜେନ୍ଦ୍ର ଏକ ପାଳଗଦାପାଖରେ ଅଚେତ ହୋଇଥିବାର ଦେଖିବାକୁ ପାଇଥିଲେ, ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟଓ ପରେ କଟକ ବଡ ମେଡିକାଲ କୁ ନେଇଯାଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜିତାଙ୍କର ମୁର୍ତୁ ଘଟିଥିଲା, ଶବ ବ୍ୟବଚ୍ଛେଦପରେ ଘରକୁ ମୁର୍ତୁ ଦେହ ଅଣାଯାଇଥିଲା।ଗଜେନ୍ଦ୍ର କିଛି ଋଣ କରିଥିଲେ ଏହାକୁ ସୁଝି ନ ପାରିବାରୁ ଗଜେନ୍ଦ୍ର ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

Related Posts

About The Author

Add Comment