କଟକ, ୧୫/୦୬ (ସନ୍ଧାନ ନିଉଜ) ରାଜ୍ୟର ଅଗ୍ରଣୀ ସମାଜିକ ସଂଗଠନ”ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶାର(ବିସିଟି)କୁ ବିଶ୍ୱ ରକ୍ତଦାତା ଦିବସରେ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର କଟକ ଶାଖା ପକ୍ଷରୁ ରେଡ଼କ୍ରସ ପରିସର କଟକ ଠାରେ ରକ୍ତଦାନ ମହାସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି ! ଏହି ମହାନ ସମ୍ବର୍ଦ୍ଧିତ ପର୍ବରେ ଟ୍ରଷ୍ଟର ବାରେଣ୍ୟ ସମ୍ପାଦକ ସମାଜସେବୀ ପ୍ରିନ୍ସ ନନ୍ଦ,ସହ ସମ୍ପାଦକ ସୁରଜ ବେହେରା,ପରିଚାଳନା ସମ୍ପାଦକ ନରେଶ ବେହେରା ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିବା ସହ ରେଡ଼କ୍ରସ ପରିବାରକୁ ସାଧୁବାଦ ଜଣାଇଥିଲେ ! ଟ୍ରଷ୍ଟର ଏହି ସଫଳତାକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ! କରୋନା ମହାମରୀ ସମୟରେ ଟ୍ରଷ୍ଟ ତାର ରକ୍ତଦାନ ସେଵା ସହ ଜନସଚେତନତା,ବିଭିନ୍ନ ସେବକାର୍ଯ୍ୟ ଜାରୀ ରଖିଛି ! ଅସହାୟ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାର ସିଧାସଳଖ ରକ୍ତଦାନ,ନିୟମିତ ରକ୍ତଦାନ ଶିବିର ଆଦି ମହତ ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରସଂଶା କରିଛନ୍ତି !
ବିଶ୍ୱ ରକ୍ତଦାତା ଦିବସରେ ରେଡ଼କ୍ରସ,କଟକ ଶାଖା ପକ୍ଷରୁ ବିସିଟି ସମ୍ବର୍ଦ୍ଧିତ
|
June 15, 2020 |
