ବିଶ୍ୱ ପରିବେଶ ଦିବସରେ ବାର୍ତ୍ତା  ଅସନ୍ତୁଳିତ ପରିବେଶକୁ ବୃକ୍ଷ ରୋପଣ ହିଁ ସୁଧାର ଆଣି ପାରିବ

Spread the love

ବଡଚଣା, ୫/୬ (ସନ୍ଧାନ ନିୟୁଜ)- ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ନେହେରୁ ଯୁବ ସଂଗଠନ ଧର୍ମଶାଳା ବ୍ଲକ ସଂଯୋଜିକା ତଥା ନୂଆ ଆଲୋକ ସ୍ୱେଚ୍ଛାସେବୀ ସଂଗଠନର ସହ ନିର୍ଦ୍ଦେଶିକା  ସଂଘମିତ୍ରା ଦଳାଇଙ୍କ ଆବାହକତ୍ୱରେ ବଡଚଣା ଥାନା ପରିସରରେ ବୃକ୍ଷେରାପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି  ପରିବେଶ  ସୁରକ୍ଷା କାର୍ଯ୍ୟକ୍ରମରେ ବଡଚଣା ଥାନା ଅଧିକାରୀ ଦିପକ କୁମାର ଜେନା ଓ ସହକର୍ମୀ ମାନେ ଯୋଗଦାନ କରିଥିଲେ । ଅସନ୍ତୁଳିତ ପରିବେଶର ସୁଧାର ଆଣିବା ପାଇଁ ବହୁଳ ପରିମାଣରେ ତଥା ନିରବଚ୍ଛିନ୍ନ ଭାବରେ ବୃକ୍ଷେରାପଣର ଆବଶ୍ୟକ ଅଛି ବୋଲି ଥାନା ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ବାତ୍ୟା ଫୋନି ପରେ ଆମ ପରିବେଶ ଅସନ୍ତୁଳିତ ହୋଇ ଆଜି ରୈାଦ୍ର ତାପର ପ୍ରଚଣ୍ଡତା କିପରି ଅସହ୍ୟ ହୋଇଛି ସଭିଏଁ ତାହା ଅଙ୍ଗେ ଲିଭାଉ ଥିଲେ ମଧ୍ୟ ତଥାପି ସେଚତନତା ସୃଷ୍ଟି ନହେବା ପରିତାପର ବିଷୟ ବୋଲି କହି, ସେ କ୍ଷୋଭ ପ୍ରକାଶ କରିଥିଲେ । ଆମ ଅଂଚଳର ଝିଅ ତଥା ପର୍ବତାରୋହୀ ସଂଘମିତ୍ରାଙ୍କର ପରିବେଶ ସୁରକ୍ଷାତ୍ମକ କାର୍ଯ୍ୟକ୍ରମ ବାସ୍ତବରେ ପ୍ରଶଂସନୀୟ  । ସଭିଏଁ ତାଙ୍କର କାର୍ଯ୍ୟଧାରାକୁ ଅନୁକରଣ କରିବା ଅତ୍ୟନ୍ତ ଜରୁରୀ । ତେବେ ସଭା ଆରମ୍ଭରେ ଓଡିଶାର ସୁଯୋଗ୍ୟା ସନ୍ତତି ପର୍ବତାରୋହୀ କଳ୍ପନା ଦାସ ଙ୍କ ଉଦ୍ୟେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Related Posts

About The Author

Add Comment