ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା : ବାଗଚୀ

Spread the love
ଭୁବନେଶ୍ୱର., ୨୭/୦୩ (ସନ୍ଧାନ ନିୟୁଜ) : ବିଶ୍ୱର ୧୯୮ଟି ରାଷ୍ଟ୍ରରେ କରୋନା ଭାଇରସ୍‌ ମହାମାରୀର ରୂପ ନେଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୪,୮୮,୪୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ କରୋନା ନେଇଛି ୨୨,୦୬୭ ଜଣଙ୍କ ଜୀବନ। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୪,୨୨,୪୬୮ ଥିଲା। ମରିଥିଲେ ୧୮,୯୦୭। ଏହି ସଂଖ୍ୟାକୁ ଦେଖିଲେ ସ୍ପଷ୍ଟ ହେଉଛି ଶୁଖିଲା ଜଙ୍ଗଲରେ ନିଆଁ ବ୍ୟାପିବା ପରି କୋଭିଡ୍‌-୧୯ ବା କରୋନା ଏବେ ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି। ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ।

ସେ କହିଛନ୍ତି କରୋନାରେ ବିଶ୍ୱର ଯେଉଁ ରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ବା ଆକ୍ରାନ୍ତ ହୋଇଛନ୍ତି ସେଇ ତାଲିକାର ଶୀର୍ଷରେ ରହିଛି ଚୀନ୍‌ (ଆକ୍ରାନ୍ତ ୮୧,୨୬୫/ ମୃତ ୩,୨୮୭)। ଇଟାଲି (ଆକ୍ରାନ୍ତ ୭୪,୩୮୬/ ମୃତ ୭,୫୦୩), ଯୁକ୍ତରାଷ୍ଟ୍ର ଆମେରିକା (ଆକ୍ରାନ୍ତ ୬୮,୫୯୪/ ମୃତ ୧,୦୩୬), ସ୍ପେନ୍‌ (ଆକ୍ରାନ୍ତ ୫୬,୧୮୮/ ମୃତ ୪,୦୮୯), ଜର୍ମାନୀ (ଆକ୍ରାନ୍ତ ୩୯,୫୦୨/ ମୃତ ୨୨୨), ଇରାନ୍‌ (ଆକ୍ରାନ୍ତ ୨୯,୪୦୬/ ମୃତ ୨,୨୩୪) ଓ ଫ୍ରାନ୍ସ (ଆକ୍ରାନ୍ତ ୨୫,୨୩୩/ ମୃତ ୧.୩୧୩)।

ଏହି ରାଷ୍ଟ୍ର ଭାରତ ଠାରୁ ବହୁ ଅଧିକ ବିତ୍ତଶାଳୀ। କିନ୍ତୁ କରୋନା ଭାଇରସ୍‌ ସେଠାରେ ଯେଉଁ ତାଣ୍ଡବ ରଚିଛି ସେଥିରେ ସେସବୁ ଦେଶ ଛାରଖାର ହୋଇ ଯାଇଛନ୍ତି। ଈଶ୍ୱରଙ୍କର ଆଶୀର୍ବାଦରୁ ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ୬୫୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ୧୬ ଜଣ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଓଡ଼ିଶାରେ ମାତ୍ର ୨ ଜଣ ଆକ୍ରାନ୍ତ ଥାଇ ଏବେ ଚିକିତ୍ସା ପରେ ଆରୋଗ୍ୟ ଲାଭ କରୁଥିବା ବେଳେ କହାରି ମୃତ୍ୟୁ ଘଟିନାହିଁ। ଅନ୍ୟପକ୍ଷରେ କରୋନା ଭାଇରସ୍‌ ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ସତର୍କତା ମୂଳକ ପଦକ୍ଷେପ ସହ ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ ପାଳନ କରିବା।

Related Posts

About The Author

Add Comment