ଯାଜପୁର ସଦର, ତା ୧୮.୦୪. ୨୦୨୪ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ପ୍ରଥିତଯଶା ପ୍ରଖ୍ୟାତ ବର୍ଷିୟାନ ଫିଲ୍ମ ଓ ନାଟ୍ୟ କଳାକାର ସଚ୍ଚି ଦାସ ବୁଢା ବାବୁ ଙ୍କର 91 ବର୍ଷ ବୟସରେ ନିଧନ ଯୋଗୁଁ ଓଡ଼ିଶାର କଳା ଜଗତ ସହ ସମଗ୍ର ବରୀ ଓ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ପ୍ରକାଶ ଯୋଗ୍ୟ ୧୪ ଅକ୍ଟୋବର ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀ ନେଉଳାରେ ଏକ ଜମିଦାର ପରିବାରରେ ଜନ୍ମିତ ଏବଂ ବରୀ ଆନନ୍ଦପୁର ବିଶିଷ୍ଠ ଜମିଦାରଙ୍କ ପୌଷପୁତ୍ର √ ସଚ୍ଚି ବାବୁ ଓଡିଶା କଳା ଜଗତର କିମ୍ବଦନ୍ତୀ ପୁରୁଷ ଭାବେ ଖ୍ୟାତ ଥିଲେ । ଏପରିକି ଓଡ଼ିଶା ନାଟ୍ୟମଞ୍ଚର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ଓ ନିର୍ଦ୍ଦେଶକ ଥାଇ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ଓଡ଼ିଆ ନାଟକ କ୍ଷେତ୍ରରେ ସିଦ୍ଧି, ସଙ୍କଳ୍ପ ଓ ସଫଳତାର ସ୍ୱାକ୍ଷର ବୁଣିଥିଲେ । ଗାଁ ମଞ୍ଚରେ ‘ଟିପଚିହ୍ନ’ ନାଟକରେ ଅଂଶଗ୍ରହଣ କରି ଅଭିନୟ ଜୀବନର ଆଧାରଶିଳା ସ୍ଥାପିତ କରିବା ତାଙ୍କ ପାଇଁ ଅନନ୍ୟ ଅନୁଭୂତି ଥିଲା । ରେଭେନ୍ସା କଲେଜିଏଟ୍ ସ୍କୁଲ ଓ ରେଭେନ୍ସା କଲେଜରେ ଅଧ୍ୟୟନ ବେଳେ ଗୁରୁ ଶ୍ୟାମ ସୁନ୍ଦର ଧୀରଙ୍କ ପାଖରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା ସହ ୪.୧୯୫୮ ମସିହାରେ ଜନତା ରଙ୍ଗମଞ୍ଚ ସହିତ ସଂପୃକ୍ତି, ଉତ୍ତର ଜୀବନରେ ଏବଂ ଆମେ ନାଟ୍ୟ ଅନୁଷ୍ଠାନର ପ୍ରତିଷ୍ଠାତ।ଅର୍ଦ୍ଧ ସହସ୍ର ମଞ୍ଚ ନାଟକ ଓ ଚାରିଶହରୁ ଅଧିକ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେଇ ଯଶସ୍ୱୀ ହୋଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’, ‘ଏ ନୁହେଁ କାହାଣୀ’ ର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।ଓଡ଼ିଆ ଯାତ୍ରା ଜଗତକୁ ନୂତନ ତଥା ଆଧୁନିକ ରୂପ ଦେବାରେ ଅଗ୍ରଣୀ ଭୂମିକା, ନିର୍ଦ୍ଦେଶିତ ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରା ନାଟକର ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ କରିବା କାଳଜୟୀ ସମ୍ନାନ ।ମଞ୍ଚ, ଯାତ୍ରା, ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ନିମନ୍ତେ ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତି, ୨୦୦୦-୨୦୦୧ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶନା ପୁରସ୍କାରରେ ସମ୍ମାନିତ ଏବଂ ୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ ପାଇ ବରୀ ଯାଜପୁର ତଥା ଓଡିଶା ବାସୀଙ୍କ ପାଇ ସଭିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଆସନରେ ଆସୀନ ଥିଲେ । ତାଙ୍କର ଆବର୍ତ୍ତନରେ ସାରା ଓଡିଶା ଜନସାଧାରଣ ଙ୍କ ସହ ବିଶିଷ୍ଠ ବ୍ୟକ୍ତି ଶୋକ ସଂତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସ୍ୱର୍ଗତଃ ସଚ୍ଚି ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବିଶିଷ୍ଟ ନାଟ୍ୟ ଅଭିନେତା ଓ ନିର୍ଦ୍ଦେଶକ ସଚ୍ଚି ଦାସ ଙ୍କ ନିଧନ
|
April 19, 2024 |