ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରଥଖଳା ଏବେ ଚଳଚଂଚଳ

Spread the love

ପୁରୀ, ୨୫/୦୫ (ସନ୍ଧାନ ନିଉଜ) : ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପରମ୍ପରା ବଜାୟ ରଖିଛନ୍ତି ମହାରଣା ସେବାୟତ। ଶୀତଳଷଷ୍ଠୀରେ ପରମ୍ପରା ଅନୁଯାୟୀ ୨୧ଟି ସହ ୪୨ଟି ଚକ ଡେରା ହେବାର ବିଧି ରହିଛି। ଶୀତଳଷଷ୍ଠୀ ଆଉ ୪ଦିନ ବାକି ଥିବା ବେଳେ ୨୧ଟି ଅଖ ସଂପୂର୍ଣ୍ଣ ହୋଇଯାଇଛି। ୪୨ଟି ଚକ ମଧ୍ୟରୁ ୩୧ଟି ଚକ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୧୧ଟି ଚକ କାର୍ଯ୍ୟ ଚାଲୁରହିଛି। ଏବେ ତିନିରଥ ପାଇଁ ଗରଗରା, ଗୟଳ ଓ ଚାରିନାହାକା କାର୍ଯ୍ୟ ଚାଲୁ ରହିଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି।

Related Posts

About The Author

Add Comment