ବିବାହ ବେଳେ ନାବାଳିକାକୁ ଉଦ୍ଧାର କଲା ପୋଲିସ, ବର ଗିରଫ

Spread the love
  • 28
    Shares

ବଡଚଣା, ୧୧/୦୭(ସନ୍ଧାନ ନିୟୁଜ)-ବଡ଼ଚଣା ଥାନା ବାଉଂଶପୁଟ ଗ୍ରାମରୁ ଗତ ଜୁନ ୨୯ ତାରିଖ ଦିନ ନବମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟା ନାବାଳିକାକୁ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଛଅ ଗାଁ ଗ୍ରାମର ସୁରେନ୍ଦ୍ର ରାଉତଙ୍କ ପୁଅ ବିବେକ ରାଉତ ଅପହରଣ କରିନେଇଥିଲା । ଜଣେ ନାବାଳିକାକୁ ଅପହରଣ କରିନେଇ ତାର ପ୍ରେମିକ ବେଦୀରେ ବସି ବଳ ପୂର୍ବକ ନିଜ ଘରେ ବିବାହ କରୁଥିବା ବେଳେ ବଡ଼ଚଣା ପୋଲିସ୍ ସେଠାରେ ପହଞ୍ଚି ମଙ୍ଗଳବାର ଦିନ ବରକୁ ଗିରଫ କରିବା ସଙ୍ଗେ ସଙ୍ଗେ ନାବାଳିକାକୁ ଉଦ୍ଧାର କରିଛି । ଦୀର୍ଘ ୧୧ ଦିନ ଧରି ନାବାଳିକାଙ୍କୁ ଯୁବକ ଜଣକ ଅପହରଣ କରିନେଇ କେଉଁଠାରେ ଲୁଚାଇ ରଖିଥିଲା । ଗତ ୩ ତାରିଖରେ ଏ ସମ୍ପର୍କରେ ନାବାଳିକାର ପିତା ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ କେସ୍ ନଂ ୧୪୧/୧୮ରେ ମାମଲା ରୁଜୁ କରି ପୋଲିସ ଖୋଜୁଥିଲା ବେଳେ ମଙ୍ଗଳବାର ବିବାହ ହେଉଥିବା ଜାଣିବାକୁ ପାଇଥିଲା । ଏହି ଖବର ଜାଣିବା ପରେ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପୋଲିସ୍ ଦଳ ବିବାହ ସ୍ଥଳରେ ଚଢାଉ କରିଥିଲା । ବର ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ତାଙ୍କୁ କାବୁ କରିନେବା ସହ କନ୍ୟା ବେଶରେ ଥିବା ନାବାଳିକାକୁ ବେଦିରୁ ଉଦ୍ଧାର କରିଥିଲା । ପରେ ଉଭୟଙ୍କୁ ବଡ଼ଚଣା ଥାନାକୁ ଆଣି ନାବାଳିକାକୁ ଡ଼ାକ୍ତର ମାଇନା କରାଯିବା ସହ ଆସନ୍ତା କାଲି କେସ୍ ନଂ ୧୪୧/୧୮ ଦଫା ୩୬୩,୩୬୬ ,୩୭୬ ଓ ୬ ପୋକ୍ସ ଆକ୍ଟ୍ ଚଣ୍ଡିଖୋଲ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣା ବଡ଼ଚଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

  • 28
    Shares

Related Posts

About The Author

Add Comment