ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Spread the love
  •  
  •  
  •  
  •  
  •  

ରାଇରଙ୍ଗପୁର, ୦୭.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆହାରବନ୍ଧ ଗ୍ରାମରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଆହାରବନ୍ଧ ଗ୍ରାମର ଜନୈକ ବିବାହିତା ମହିଳା ନିଜ ଘରେ ଶୋଇଥିବା ବେଳେ ଉକ୍ତ ଗ୍ରାମର ଟୁକୁ ପାତ୍ର ନାମକ ଜନୈକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପୀଡିତା ନିଜ ଶାଶୁ ଓ ଛୁଆମାନଙ୍କ ସହ ଥିବା ଅବସ୍ଥାରେ ଏପରି ଘଟଣା ଘଟିଥିବା ଜଣାପଡିଛି। ମହିଳା ଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ଧାଇଁ ଆସିଲେ। ପରିବାର ଲୋକଙ୍କ ପାଟି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ପରିବାର ଲୋକେ ଲିଖୁତ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତ ଟୁକୁ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

Related Posts

About The Author

Add Comment