ବିପୁଳ ପରିମାଣର ଦେଶୀ ମଦ ଜବତ

Spread the love

ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ): ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିଥିବା ବେଳେ ବ୍ୟାପକ ମଦ କାରବାର ଚାଲିଛି। ଲାଗୁ ହୋଇଥିବା କଟକଣାକୁ ସୁଯୋଗ ମନେକରି ବେପାରୀମାନେ ନକଲି ମଦ କାରବାରକୁ ପ୍ରସାର କରି ଚାଲିଛନ୍ତି। ତିନୋଟି ସ୍ଥାନରେ ବିପୁଳ ପରିମାଣର ମଦ ଜବତ ଏହାହିଁ ସୂଚିତ କରୁଛି।

ଖବର ଅନୁଯାୟୀ ବ୍ରହ୍ମପୁର ପୋଲିସ ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କରିଛି। ଲାଞିପଲ୍ଲୀ ବାଇପାସ୍ ନିକଟ ଜଳେଶ୍ଵର ଠାରେ ଗତକାଲି ରାତିରେ ପୋଲିସ ଚଢାଉ କରି ୪୭୪୦ ଲିଟର ଦେଶୀ ମଦ ସହିତ ୨୩୮୦୦ଲିଟର ପୋଚ ଜବତ କରିଛି। ମଦ କାରବାରର ମାଷ୍ଟର ମାଇଣ୍ଡ ଭାସ୍କର ସାହୁ ଗିରଫ କରାଯାଇଛି।ସେହିପରି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଢେଙ୍କାନାଳ ଜିଲ୍ଲା ଅବକାରୀ ଇନସ୍ପେକ୍ଟର ସୁଶ୍ରୀ ସଙ୍ଗୀତା ମହାନ୍ତି ଓ ସମୀର ମହାନ୍ତି ପ୍ରମୁଖ ଚଢଉ କରି ବେଲଟିକିରି କଲେଜ ପାଖରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଟୁକୁନା ବେହେରା ଓ ପ୍ରକାଶ ଦେହୁରୀ। ସେମାନଙ୍କ ପାଖରୁ ୫୦ ହଜାର ଟଙ୍କା ମଧ୍ୟ ହୋଇଛି।

ମଙ୍ଗଳବାର ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଠାରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ଚଢାଉ ହୋଇଛି। ଚାରିଜଣ  ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି।

Related Posts

About The Author

Add Comment