ଧର୍ମଶାଳା ୨୬/୦୫ (ସନ୍ଧାନ ନିୟୁଜ୍/ଦିପକ) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅଣ୍ଟିଆ ଗ୍ରା.ପ. ଖରିଲୋ ଗ୍ରାମର ହାତ ପାଆନ୍ତାରେ ବିଦୁ୍ୟତ୍ ଷ୍ଟ୍ରାନ୍ସଫରମର ଲାଗିଥିବା ସ୍ଥାନୀୟ ଲୋକେ, ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ଖରିଲୋ ଗ୍ରାମବାସୀ ବିଦୁ୍ୟତ୍ ବିୁଭାଗକୁ ବହୁବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଲାଭଖୋର ମନବୃତ୍ତି ରଖିଥିବା ନେସ୍କୋ କତ୍ତୃପକ୍ଷ ଲୋକଙ୍କ ଧନଜୀବନ ପ୍ରତି ଖେଳ ଖେଳୁଥିବା ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଷ୍ଟ୍ରାନ୍ସଫରର୍ମରଟି ମାଟିଠାରୁ ଏକ ପୋଲ ଖୁଣ୍ଟ ମାଧ୍ୟମରେ ୨-୩ଫୁଟ୍ ଉଞ୍ଚରେ ବସା ଯାଇଛି । ଏହି ଷ୍ଟ୍ରାନ୍ସଫରର୍ମରରୁ ଗ୍ରାମର ସମସ୍ତ ସାହିକୁ ବିଦୁ୍ୟତ୍ ସଂଜୋଗ ଦିଆଯାଇ ଅଛି । ହେଲେ ଏହି ଷ୍ଟ୍ରାନ୍ସଫରର୍ମରର ଚତ୍ତୃ ପାଶ୍ୱର୍ରେ କୌଣସି ତାର ବାଡ କିମ୍ବା ପାଚେରି ଦିଆଯାଇ ନ ଥିବା କାରଣରୁ ଏହା ନିକଟକୁ ଗାଈଗୋରୁ, ଛେଳିମେଣ୍ଢା ମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ଗୃହ ପାଳିତ ପଶୁ ପକ୍ଷି ଚାଲି ଯାଇ ବହୁ ସମୟରେ ମୃତୁ୍ୟ ମୁଖରେ ପଡୁଛନ୍ତି । ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମର ମହିଳାଙ୍କ ସମେତ ଛୋଟ ଛୋଟ ପିଲାମାନେ ଏହି ବାଟଦେଇ ଯିବା ଆସିବା କରିଥାନ୍ତି । କେତେବେଳେ ଯେ କ’ଣ ଅଘଟଣ ନ ଘଟିବ ସେ କଥା କିଏ କହିବ? ଗ୍ରାମବାସୀ ବହୁବାର ଅଭିଯୋଗ କରିବା ସତ୍ୱେ କୁଆଖିଆ ଉପଖଣ୍ଡ ବିଦୁ୍ୟତ ବିଭାଗ ଅଧଦୀନରେ ଥିବା କନ୍ତପଡା ବିଦୁ୍ୟତ୍ ସେକ୍ସନ ଏହି ଷ୍ଟ୍ରାନ୍ସଫରର୍ମର ଚତ୍ତୃପାଶ୍ୱରେ ତାରବାଡ କିମ୍ବା ପାଚେରି ଦିଆଯାଇ ନାହିଁ । ଏହି ଷ୍ଟ୍ରାନ୍ସଫରର୍ମରରେ କିଛି ଅଘଟଣ ଘଟି ଧନଜୀବନ ହାନୀ ନ ହେବା ପୂର୍ବରୁ ଏଥିପ୍ରତି ବିଦୁ୍ୟତ୍ ବିଭାଗର ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ଷ୍ଟ୍ରାନ୍ସଫରର୍ମରକୁ ଆବୋଧ କରିବାକୁ ଗ୍ରାମବାସି ଦାବି କରିଛନ୍ତି ।
ବିପଦ ସଙ୍କୁଳ ଅବସ୍ଥାରେ ବିଦୁ୍ୟତ୍ ଷ୍ଟ୍ରାନ୍ସଫରର୍ମର
|
May 27, 2018 |