ଚଣ୍ଡିଖୋଲ,୪/୮(ସନ୍ଧାନ ନିୟୁଜ)-ଜାତୀୟ ରାଜପଥରେ ଏବେ ବହୁ ବସ୍, ଟ୍ରେକର୍ ଆଦି ଗାଡ଼ି ଗୁଡ଼ିକରେ ବିପଦ ଜନକ ଭାବେ ଯାତ୍ରୀମାନେ ଯାତାୟତ କରୁଥିଲେ ସୁଦ୍ଧା ଟ୍ରାଫିକ୍ ପୋଲିସ୍ ଚୁପ୍ ହୋଇ ବସିରହିଛି । ବ୍ୟସ୍ତ, ବହୁଳ ଚଣ୍ଡିଖୋଲ ଛକରେ ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବାକୁ ଏବେ ଟ୍ରାଫିକ୍ ପୋଷ୍ଟ ରହିଅଛି । ବିପଦ ଜନକ ପରିବହଦ ବ୍ୟବସ୍ଥାକୁ ରୋକିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିଦେ୍ର୍ଦଶ ଥିଲେ ସୁଦ୍ଧା ଟ୍ରାଫିକ୍ ପୋଲିସ୍ ପକ୍ଷରୁ କୋ÷ଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଟ୍ରାଫିକ୍ ପୋଷ୍ଟ୍ ଦେଇ ଦୈନଦିନ ବେସରକାରୀ ବସ୍ର ଛାତÿ ଉପରେ ଅତି ବିପଦ ଜନକ ଅବସ୍ଥାରେ ଯାତ୍ରୀମାନେ ବସି ଯାଉଥିବାର ଦେଖାଯାଉଛି । ଟ୍ରାଫିକ୍ ପୋଲିସ୍ ଏହା ଦେଖି ଜୋରିମାନା ଆଦାୟ କରିବା ପରିବର୍ତେ ଲାଂଚ ନେଇ ବସ୍ ଗୁଡ଼ିକୁ ଛାଡ଼ି ଦିଆଯାଉଥିବାର ଦେଖାଯାଉଛି । ସେହିପରି ଟ୍ରାଫିକ୍ ପୋଷ୍ଟ କଡ଼ ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରି ଯାନ ଆବଶ୍ୟକତା ଠାରୁ ଅଧିକ ଓଜନର ମାଲ୍ ପରିବହନ କରୁଥିଲେ ସୁଦ୍ଧା ଦିନେ ହେଲେ ବି ଟ୍ରାଫିକ୍ ପୋଲିସ୍ ଏଥିପ୍ରତି ଦୃଷ୍ଟି ଦେଇନାହାଁନ୍ତି । କେବଳ ପ୍ରତିଦିନ ସଂଧ୍ୟା ସମୟରେ ଦୁଇ ଚକିଆ ଯାନ ଗୁଡ଼ିକରୁ ହେଲମେଟ୍ ଚେକିଙ୍ଗ୍ ନାମରେ ଜୋରିମାନା ଆଦାୟ କରି ନିଜର କର୍ତବ୍ୟ ସାରିଦେଉଛନ୍ତି । ବିଭାଗୀୟ ଉଚ୍ଚ କତୃର୍ପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ବିପଦ ଜନକ ଯାତ୍ରୀ ପରିବହନ : ଟ୍ରାଫିକ୍ ପୋଲିସ୍ ନିରବ ଦ୍ରଷ୍ଟା
|
August 6, 2018 |