ବିପଦସଂକେତ ଉପରେ ବୈତରଣୀ : ଯାଜପୁରରେ ୩୫୦ ହେକ୍ଟର ଜମି ଜଳମଗ୍ନ

Spread the love

ଯାଜପୁର24/7 (ସନ୍ଧାନ ନିୟୁଜ) : ବୈତରଣୀ ଉପର ମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ତଳମୁଣ୍ଡରେ ଥିବା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ପରେ ବୈତରଣୀ ନଦୀର ବନ୍ୟା ପାଣି ଆଜି ତଳମୁଣ୍ଡକୁ ଛୁଇଁଛି। ଆଖୁଆପଦାଠାରେ ଆଜି ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦସଂକେତ ୧୭.୮୩ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୮୭ମିଟର ରହିଥିବା ଜଳସଂପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପ୍ରବଳ ବନ୍ୟା ଆଶଙ୍କାରେ ତଳିଆ ଅଧିବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପାଖାପାଖି ୩୫୦ରୁ ଅଧିକ ହେକ୍ଟର ଜମି ଏବେ ଜଳମଗ୍ନ। ଧାନ ଫସଲ ଉଜୁଡ଼ିଯିବା ସ୍ଥିତିରେ ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି।

ଦଶରଥପୁରଠାରେ ବୈତରଣୀ ଜଳସ୍ତର ବିପଦ ସଂକେତ ଠାରୁ ଢ଼େର ଅଧିକ ରହିଛି। ଏଠାରେ ବିପଦ ସଂକେତ ୯.୫୨ମିଟର ରହିଥିବାବେଳେ ସୋମବାର ୬ଟା ସୁଦ୍ଧା ୧୦.୧୦ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ବୈତରଣୀର ଶାଖା କାଣୀ ନଦୀର ୭.୫ ବିପଦ ସଂକେତ ରହିଥିବାବେଳେ ୮.୫୦ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । କାଣୀ ନଦୀରେ ଜଳସ୍ତର ଆହୁରି ବଢିବ ବୋଲି ଜଳସଂପଦ ଯନ୍ତ୍ରୀ ଭଗତ ବେହେରା ସୂଚନା ଦେଇଛନ୍ତି।

Related Posts

About The Author

Add Comment