ନୂଆଦିଲ୍ଲୀ, ୧୫/୦୧/୨୦ (ସନ୍ଧାନ ନିଉଜ) : ଅଳଙ୍କାର ବିକ୍ରେତା ୨୦୨୧ ଜାନୁଆରୀ ୧୫ ରୁ କେବଳ ୧୪, ୧୮ ଓ ୨୨ କ୍ୟାରେଟ୍ ସୁନାରେ ନିର୍ମିତ ହଲମାର୍କ ବିଶିଷ୍ଟ ଅଳଙ୍କାର ଓ ସ୍ଵର୍ଣ୍ଣ କଳାକୃତି ବିକି ପାରିବେ। ଏହି ନିୟମର ଉଲ୍ଲଙ୍ଗନକାରୀଙ୍କୁ ଜୋରିମାନା ସହିତ ଗୋଟିଏ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି। ଖାଦ୍ୟ ଉପଭୋକ୍ତା ମନ୍ତ୍ରୀ ରାମବିଲାସ ପାସଓ୍ଵାନ ଏହି ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାସଓ୍ଵାନ କହିଛନ୍ତି ଯେ, ଭାରତୀୟ ମାନକ ବ୍ୟୁରୋ(ବିଆଇଏସ)ରେ ପଞ୍ଜିକରଣ ଏବଂ ବାଧ୍ୟତାମୂଳକ ହଲମାର୍କିଂର ବ୍ୟବସ୍ଥା ପାଇଁ ଅଳଙ୍କାର ବିକ୍ରେତାଙ୍କୁ ଗୋଟିଏ ବର୍ଷର ସମୟ ଦିଆଯାଉଛି। ମନ୍ତ୍ରୀ କହିଛନ୍ତି ଏହି ନିୟମ ବିଷୟରେ ଅଧିସୂଚନା ଜାନୁଆରୀ ୧୬ରେ ଜାରି କରାଯିବ। ଏଥିରେ ୨୦୨୧ ଜାନୁଆରୀ ୧୫ରୁ ସୁନାର ଅଳଙ୍କାରରେ ହଲମାର୍କିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ।
ବିନା ହଲମାର୍କରେ ଅଳଙ୍କାର ବିକିଲେ ଜେଲ୍
|
January 15, 2020 |