ବିନା ଦୋଷରେ ନିର୍ବାସିତ ଦଣ୍ଡ: ଆତ୍ମାହୁତି ଦେବାକୁ କଲେ ଆବେଦନ

Spread the love

କେନ୍ଦ୍ରାପଡା,୨୩/୩ (ସନ୍ଧାନ ନିୟୁଜ) ଆଜି ନିର୍ଯ୍ୟାତିତ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ଆତ୍ମାହୁତି ଦେବାକୁ ପ୍ରସ୍ତୁତ ହୋଇ ଲିଖିତ ଭାବେ ଓଡିଶା ପୋଲିସ ଡିଜିଙ୍କୁ ରାଜକନିକା ଥାନା ଅଧିକାରୀ ଜରିଆରେ ଜଣାଇଛନ୍ତି।ସୂଚନା ଥାଉକି ଦୀର୍ଘ ୫ବର୍ଷ ଧରି ନିଜ ଭିଟାମାଟିରୁ ବିନା ଦୋଷରେ ନିର୍ବାସିତ ଦଣ୍ଡ ଭୋଗୁଥବା,କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅଧିନସ୍ଥ କଣ୍ଡିଆ ଫାଣ୍ଡି ଅଞ୍ଚଳର ରସିକନଗର ଗ୍ରାମର ବୃଦ୍ଧ ଶିକ୍ଷକଙ୍କ ସପରିବାର ନ୍ୟାୟ ପାଇଁ ତା୦୧/୦୩ ରିଖ ଠାରୁ ଭୁବନେଶ୍ଵର ଲୋୟର ପି ଏମ ଜି ରେ ଆମରଣ ଅନଶନରେ ବସିଥଲେ ,୧୪ଦିନ ବସିଲାପରେ ଅର୍ଥାତ ୧୪/୦୩ ରିଖ ଦିନ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ଠାରୁ ଦୃଢ଼ ପ୍ରତିଶୃତି ମିଳିବା ପରେ ,ଅନଶନରୁ ନିର୍ଯ୍ୟାତିତ ପରିବାର ଓହରିଥିଲେ।କିନ୍ତୁ ମିଳିଥବା ପ୍ରତିଶୃତି ଅର୍ଥାତ ନିର୍ଯ୍ୟାତିତ ପରିବାର ଦାବି ମୁତାବକ କେଶ ରେଜିଷ୍ଟ୍ରେସନ ସହିତ ଆଇନତ କର୍ଯ୍ୟାନୁଷ୍ଠାନ ହେବ ପୁଣି ୫ ରୁ ୭ଦିନ ମଧ୍ୟରେ।ଇତି ମଧ୍ୟରେ ୯ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କେଶ ରେଜିଷ୍ଟ୍ରେସନ ହୋଇନାହିଁ ।ପୋଲିସ ର ନିଷ୍କ୍ରିୟତା ଫଳରେ ନିର୍ଯ୍ୟାତିତ ପରିବାର ଆତ୍ମଦାହ ପାଇଁ ପ୍ରସ୍ତୁତ ହୋଇ ଆଗାମୀ ୭ଦିନ ମଧ୍ୟରେ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ତା ୩୧/୦୩ରିଖରେ ଲୋୟର ପି ଏମ ଜି ରେ କରିଥିବା ଅନଶନ ସ୍ଥଳୀରେ ଆତ୍ମଦାହ କରିବେ ବୋଲି ଲିଖିତ ଭାବେ ରାଜକନିକା ଥାନା ଅଧିକାରୀଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଜଣାଇଲେ

Related Posts

About The Author

Add Comment