ସୁନ୍ଦରଗଡ ତା:୨୬/୭/୨୦୨୫( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକ ସହିତ ବାଲିସଙ୍କରା ବ୍ଲକରେ ବିଜୁଳି ମରାମତି କୁ ନେଇ ଅନେକ ବିଜୁଳି କାଟ ହେଉଥିବା ବେଳେ ଅଞ୍ଚଳ ଲୋକେ ଅସୁବିଧା ଭୋଗୁଛନ୍ତି । ବାରମ୍ବାର ବିଜୁଳି କାଟ କୁ ନେଇ ବିଭାଗୀୟ କତୃପକ୍ଷ ଙ୍କୁ ଅବଗତ କରାଯାଉଥିବା ସୂତ୍ରରୁ ପ୍ରକାଶ । ବିଦ୍ୟୁତ୍ ମରାମତି ପାଇଁ ବିଜୁଳି କାଟ କରି ତାର ଅବଧି ଗୋଟିଏ ଦିନରୁ ଅବାଗତ କରାଯାଇ ଥାଏ ।ମାତ୍ର ତାର ଦ୍ଵିତୀୟ ଦିନଠାରୁ ରୀତିମତ ବିଜୁଳି କାଟ ହେଉଥିବା ବାରମ୍ବାର ହେଉଥିବା ଦେଖିବାକୁ ମିଳୁଛି । ମରାମତି ନାଆଁ ରେ ଦିନ ତମାମ ବିଜୁଳି କାଟ ଓ ରାତ୍ରି ସମୟରେ ବାରମ୍ବାର ବିଜୁଳି କାଟ ସବଡେଗା ବ୍ଲକ ଓ ବାଲିସଙ୍କରା ବ୍ଲକରେ ରୀତି ଦିନର ଘଟଣା ପାଲଟି ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ସମୟରେ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ଚାଲିଥିବା ବେଳେ ସନ୍ଧ୍ୟାରେ ବିଜୁଳି କାଟ ପାଠପଢା ରେ ବିଶେଷ ଅସୁବିଧା ଭୋଗୁଛନ୍ତି ଛାତ୍ର ଛାତ୍ରୀ। ବିଭାଗୀୟ କତୃପକ୍ଷଙ୍କୁ ବାରମ୍ବାର ଅବଗତ କଲାପରେ ମଧ୍ୟ ଏହାର ସମାଧାନ ନ ହେବା ଅଞ୍ଚଳ ବାସୀଙ୍କ କ୍ଷୋଭ ବଢିବାରେ ଲାଗିଛି । ସ୍ଥାନୀୟ ବିଭାଗୀୟ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଏହି ଅସୁବିଧା ଜଣାଇ ଏହାର ଅଟିଶିଘ୍ର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିବା ମତ ରଖିଛନ୍ତି । ଏହାର ଉଚିତ୍ ସମୟରେ ସମାଧାନ ନ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।



