ଯାଜପୁର ସଦର: ୩୧/୧୨/୨୫ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ କ୍ଷୋଭ ପ୍ରକାସ ପାଇଥିବା ବେଳେ, ଏନେଇ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ନିକଟସ୍ଥ ଶାଳିଜଙ୍ଗ ଉନ୍ନତ ମଧ୍ୟଇଂରାଜୀ ବିଦୟାଳୟରେ କାମ କରୁଥିବା ଶିକ୍ଷକ ବଦଳି ଘଟଣାକୁ ନେଇ ଏହାକୁ ବିରୋଧ କରିବା ସହିତ ଗ୍ରାମବାସୀ ମାନେ ଏବଂ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳଚି । ଏନେଇ ଶିକ୍ଷା କମିଟିର ସଦସ୍ୟମାନେ ବିଦ୍ୟାଳୟରେ ତାଲା ପାକାଇ ଆନ୍ଦୋଳନକୁ ଜୋରଦାର କରିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟର ଶିକ୍ଷକ ମୁକୁନ୍ଦ ଦେହୁରୀ, ରଂଜନ ସାହୁଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଥିବା ଘଟଣାକୁ ନେଇ ଶିକ୍ଷା କମିଟି ଏବଂ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଗେଟରେ ତାଲା ପକାଇ ଧାରଣା ଦେଇଥିବା ବେଳେ, ଏହି ବିଦ୍ୟାଳୟକୁ ତାଙ୍କ ସ୍ଥାନରେ ଦିଲିପ ଜେନା, ଏବଂ ସୁଦର୍ଶନ ସାହୁଙ୍କୁ ଏହି ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ପୋଷ୍ଟିଂ କରାଯାଇଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଷ ଦିଆଯାଇଚି । ହେଲେ ଶିକ୍ଷା କମିଟି ଏବଂ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଅସନ୍ତୋଷ୍ଟ ହେବାରୁ ଏହି ଶିକ୍ଷକ ମାନଙ୍କୁ ବଦଳିରେ ଜଣେ ଶିକ୍ଷକ ଏବଂ ଜଣେ ରାଜନୈତିକ ନେତାଙ୍କ ଭୂମିକା ରହିଥିବା ସନ୍ଦେହ କରାଯାଉଚି । ଯାହାଫଳରେ ପିରଚାଳନା କମିଟି ଏବଂ ଗ୍ରାମବାସୀ ନୂତନ ଶିକ୍ଷକଙ୍କ ପୋଷ୍ଟିଂକୁ ବିରୋଧ କରିବା ସହିତ ଯୋଗଦେବାକୁ ଆସୁଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳିକୁ ଦାବି କରାଯାଉଚି । ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଶିକ୍ଷା କମିଟି ଏବଂ ଗ୍ରାମବାସୀ ନିବେଦନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଦିଲପ ଜେନା, ସୁଦର୍ଶନ ସାହୁଙ୍କ ବଦଳି ନହେଲେ ପୂର୍ବ ଶିକ୍ଷକ ଯୋଗ ନଦେଲେ ମୁକୁନ୍ଦ ଦେହୁରୀ, ରଂଜନ ସାହୁଙ୍କୁ ଏହି ବିଦ୍ୟାଳୟରେ ଶିକ୍ଷା ଅଧିକାରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପଡ଼ିବା ସହିତ ପରିଚାଳନା କମିଟି ଏବଂ ଛାତ୍ର ଅଭିଭାବକ ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସାହି ଆମ ଜିଲ୍ଲା ପ୍ରତିନିଧି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ବବ ହୋଇନଥିବା ଜଣାଯାଇଚି ।
ବିଦ୍ୟାଳୟ ଶିକ୍ଷକ ବଦଳିକୁ ନେଇ ଗ୍ରାମବାସୀ ତାଲା ପକାଇଲେ
|
December 31, 2025 |



